ଓଡ଼ିଶାରେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିବବଙ୍ଗ ଟିମଏସି ସାଂସଦ ୟୁସୁଫ ପଠାନ୍। ଚିଠିରେ ସେ ଓଡ଼ିଶାରେ ନୂଆ ସରକାର ଗଠନ ପର ଠାରୁ ଶ୍ରମିକଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ହେଉଥିବା ନେଇ ମିଥ୍ୟା ଅଭିଯୋଗ କରିଛନ୍ତି। ସେପଟେ ୟୁସୁଫଙ୍କ ଅଭିଯୋଗର କଡ଼ା ଜବାବ ରଖିଛି ରାଜ୍ୟ ବିଜେପି।
ବିଜେପି ମୁଖ୍ୟପାତ୍ର ଅନୀଲ ବିଶ୍ୱାଳ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି, ‘ଏହି ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟରେ ଏହା କରାଯାଇଛି। ଯେଉଁମାନଙ୍କ ପାଇଁ ଆପଣ ପାଇଁ ଚିନ୍ତିତ ସେମାନେ ଅବୈଧ ଅନୁପ୍ରବେଶକାରୀ। ସେମାନେ ହେଉଛନ୍ତି ଅବୈଧ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ। ଏମାନେ ଓଡ଼ିଶାର ସାମାଜିକ ସଂସ୍କୃତି ଓ ସଦଭାବକୁ ନଷ୍ଟ କରୁଛନ୍ତି। ଭୋଟ୍ ରାଜନୀତି ପାଇଁ ବଙ୍ଗ ସରକାର ସେମାନଙ୍କୁ ଜାଲ୍ ଡକ୍ୟୁମେଣ୍ଟ ଦେଇଛନ୍ତି’।
ଏଥିସହ ୟୁସୁଫ୍ ପଠାନଙ୍କୁ ଚାଲେଞ୍ଜ କରି ସେ ପଚାରିଛନ୍ତି, ‘ମୁର୍ସିଦାବାଦରେ ହିନ୍ଦୁଙ୍କ ପ୍ରତି ଆକ୍ରମଣବେଳେ ଆପଣଙ୍କ ସ୍ୱର କେଉଁଠି ଥିଲା, ସେତେବେଳେ କାହିଁକି ଆପଣ ଚୁପ୍ ରହିଥିଲେ। ବର୍ତ୍ତମାନ ସମୟ ପାକ୍ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଲଢେଇ କରିବାର। ଏ ସମୟରେ ଓଡ଼ିଶା ଉପରେ ୟୁସୁଫ ଆଣିଥିବା ମିଥ୍ୟା ଅଭିଯୋଗକୁ ଭର୍ତ୍ତିହୀନ ବୋଲି କହି ସମାଲୋଚନା କରିଛନ୍ତି।