ଦିଲ୍ଲୀ: ଦିଲ୍ଲୀରୁ ତେଲ ଅଭିବ୍ ଅଭିମୁଖେ ଯାଉଥିବା ବିମାନକୁ ରବିବାର ଜରୁରୀକାଳୀନ ପରିସ୍ଥିତିରେ ଡାଇଭର୍ଟ କରାଯାଇଛି । ଏହି ବିମାନକୁ ସୁରକ୍ଷା ଦୃଷ୍ଟିରୁ ଆବୁଧାବିକୁ ଡାଇଭର୍ଟ କରାଯାଇଛି । ଇସ୍ରାଏଲର ଏହି ସହର ନିକଟରେ ମିସାଇଲ ଆକ୍ରମଣ ଭୟ ନେଇ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନାମୁତାବକ ଫ୍ଲାଇଟ ଏଆଇ ୧୩୯ ବୋଇଙ୍ଗ ୭୮୭, ୪ ମେ, ରବିବାର ଦିନ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହା ଲ୍ୟାଣ୍ଡ କରିବାର ଏକ ଘଣ୍ଟା ପୂର୍ବରୁ ବେନ ଗୁରିଆନ ଏଆରପୋର୍ଟରେ ଏହି ଆକ୍ରମଣ ହୋଇଥିଲା । ଏହି ବିମାନକୁ ସଙ୍ଗେ ସଙ୍ଗେ ଆବୁଧାବିକୁ ଡାଇଭର୍ଟ କରାଯାଇଥିଲା । ସୁରକ୍ଷିତ ଭାବେ ଏହା ଆବୁଧାବିରେ ଅବତରଣ କରିବା ପରେ ପୁନଶ୍ଚ ଦିଲ୍ଲୀକୁ ପ୍ରତ୍ୟାବର୍ତନ କରିବ ।
ଫ୍ଲାଇଟ୍ ଟ୍ରାକିଂ ଡାଟା ମୁତାବକ ଡାଇଭର୍ଟ କରିବାର ନିଷ୍ପତ୍ତି ମଧ୍ୟ ଆକାଶମାର୍ଗରେ ନିଆଯାଇଥିଲା । ସେହି ସମୟରେ ବିମାନଟି ଜୋର୍ଡାନର ବାୟୁ ସୀମା ମଧ୍ୟରେ ଉଡ଼ାଣ ଭରୁଥିଲା ।
ଏହି ଘଟଣା ଘଟିବା ପରେ ତେଲ୍ ଅଭିବକୁ ଓ ସେଠାରୁ ଉଡ଼ାଣ ଭରୁଥିବା ସମସ୍ତ ବିମାନକୁ ମେ ୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଗ୍ରାହକ ତଥା କର୍ମଚାରୀଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ଏଆରଲାଇନ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି ।
ତେବେ ବିମାନବନ୍ଦର ଉପରେ ହୋଇଥିବା ଏହି ଆକ୍ରମଣରେ ୟେମେନର ହାତ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ଏହାକୁ ରୋକିବାକୁ ଇଣ୍ଟରସେପ୍ଟର ଲଞ୍ଚ କରାଯାଇଥିଲା । ତେବେ ଏହି ଘଟଣା ମିସାଇଲ କିମ୍ବା ଇଣ୍ଟରସେପ୍ଟରର ପ୍ରଭାବରେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣକୁ ହୁତି ଆତଙ୍କବାଦୀ ମାନେ କରିଥିବା ସ୍ୱୀକାର କରିଛନ୍ତି । ସେମାନେ ହାଇପର ସୋନିକ ମିସାଇଲ ବ୍ୟବହାର କରି ଆକ୍ରମଣ କରି ଥିବା ସ୍ୱୀକାର କରିଛନ୍ତି ।