ଚଳିତ ଆଇପିଏଲରେ 5 ଥରର ଚାମ୍ପିୟନ ଟିମ ଚେନ୍ନାଇ ସୁପର କିଂଗର ନୈରାଶ ପ୍ରଦର୍ଶନ ଜାରିରହିଛି । ଦଳର ଏପରି ପ୍ରଦର୍ଶନରେ ଫ୍ୟାନ୍ସଙ୍କୁ ବାରମ୍ବାର ଆଘାତ ଲାଗୁଛି । ଯାହାଫଳରେ ଆଇପିଏଲ ୨୦୨୫ ସିଜିନର ପ୍ଲେ-ଅଫରୁ ବିଦା ହୋଇଛି ଧୋନି ବାହୀନି । ଗତ ୩୦ ତାରିଖରେ ପଞ୍ଜାବ କିଙ୍ଗସ ଠାରୁ ହାରିବା ପରେ ଦଳର ପ୍ଲ-ଅଫ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଯେ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ଲେ-ଅଫରୁ ବାଦ ପଡିଛି । ସେହିପରି ମେ ୩ ତାରିଖରେ ଖେଳାଯାଇଥିବା ବାଙ୍ଗାଲୁର ମ୍ୟାଚରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଯାହାଦ୍ବାରା ଚଳିତ ସିଜିନରେ ଚେନ୍ନାଇ ୧୧ଟି ମ୍ୟାଚରୁ ମାତ୍ର ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି । ତେବେ ଯଦି ଇତିହାସ ଦେଖିବା ତାହାଲେ ସିଏସକେ ଏପର୍ଯ୍ୟନ୍ତ ୧୬ଟି ସିଜିନରୁ ୧୦ ଥର ପାଇନାଲ ଖେଳିଛି । ଶେଷ ଥର ପାଇଁ ୨୦୨୩ ରେ ଟ୍ରଫି ଉଠାଇଥିଲା ଦଳ । କିନ୍ତୁ ଏଥର ଋତୁରେ ଦଳର ଏଭଳି ପ୍ରଦର୍ଶନ କଣ ପାଇଁ । ଏତେ ବଡ଼ ଟିମ କାହିଁକି ଚଳିତ ସିଜିନରେ ବିଫଳ ହେଉଛି । ଏହା ପଛର କାରଣ କଣ ?
ତେବେ ଚଳିତ ସିଜିନରେ ଟିମ ଚେନ୍ନାଇ ପାଖରେ ପାୱାର ବ୍ୟାଟିଂର କମି ଦଳ ପାଇଁ ଅଭିଶାପ ସଦୃଶ । ଯଦି ଦେଖାଯାଏ ଯେଉଁଠି ଅନ୍ୟ ଦଳ ମାନେ ସମାନ ପଡ଼ିଆରେ ଛକା ଚୌକାର ବର୍ଷା କରୁଛନ୍ତି । ସେଠି ଚେନ୍ନାଇର ବ୍ୟାଟର ବହୁ କଷ୍ଟରେ ବାଉଁଡ୍ରି ମାରିବାରେ ସଫଳ ହେଉଛନ୍ତି । ସେହିପରି ଖେଳାଳି ମାନଙ୍କର ପୁରୁଣା ଶୈଳୀ ଖେଳ ପାଇଁ ମଧ୍ୟ ଏଥର ସିଏସକେ ବିଫଳତାର ବଡ଼ କାରଣ ।ଚଳିତ ସିଜିନରେ ଦଳ ପ୍ରଥମେ ବ୍ୟାଟିଂ କରି ଥରେ ବି ହେଲେ ୨୦୦ ରନ୍ ଟପି ନାହିଁ। ସେହିପରି ଲକ୍ଷ୍ୟକୁ ପିଚ୍ଛା କରୁଥିବା ବେଳେ ମାତ୍ର ୨ ଥର ଦୁଇଶହ ରନ କରିବାରେ ସଫଳ ହୋଇଛି । କେବଳ ସିବମ ଦୁବେ ଏବଂ ଧୋନିଙ୍କ ବ୍ୟତୀତ ଆଉ କୌଣଷି ଖେଳାଳି ଆକ୍ରାମକ ଢଙ୍ଗରେ ବ୍ୟାଟିଂ କରିନାହାନ୍ତି ।ଯାହା ଫଳାଫଳ ପଏଣ୍ଟ ତାଲିକାରେ ନଜର ଆସୁଛି ।
ସେହିପରି ଉପର କ୍ରମରେ ଆସୁଥିବା ବ୍ୟାଟରଙ୍କ ମଧ୍ୟରେ ଆକ୍ରାମକ ଖେଳର ଅଭାବ ଏବଂ ବୋଲରଙ୍କ ଢିଲା ବୋଲିଂ ଚଳିତ ଆଇପିଏଲରେ ସିଏସକେର ମୁଣ୍ଡ ବିନ୍ଧାର କାରଣ । ଯଦି ଦେଖାଯାଏ ତେବ ଏଥର ମେଗା ଅପସନରେ ଦଳ ପାଖରେ ୫୫ କୋଟିର ବାଲାନ୍ସ ରହିଥିଲା । ଏବଂ ଟିମରେ ଧୋନି,ଜାଡେଜା,ପାଥିରାନା,ଦୁବେ ଓ ଋତୁରାଜ ଗାଇକ୍ବାଡଙ୍କୁ ଦଳ ରିଟେନ କରିଥିଲା ।ତେବେ ମେଗା ନିଲାମରେ ଦଳ ରଚିନ ରବିନ୍ଦ୍ର, ଡେଭନ କନୱେ ଏବଂ ରାହୁଲ ତ୍ରୀପାଠିଙ୍କ ଉପରେ ଭାରଷା କରିଥିଲା । କିନ୍ତୁ ଶୀର୍ଷ କ୍ରମରେ ଏମାନଙ୍କ ଭିତରୁ ମ୍ୟାଚରେ କେହି ଚାଲିନଥିଲେ ।
ଏବାବ୍ୟତୀତ ଅଧିନାୟକ ଋତୁକାଜଙ୍କ ଅନୁପସ୍ଥିତି ମଧ୍ୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ । ସେହିପରି ବୋଲିଂ ବିଭାଗରେ ମଧ୍ୟ ଏଥର ଦୁର୍ବଳ ନଜର ଆସୁଛି ଚେନ୍ନାଇ କାହିଁକିନା ଚେନ୍ନାଇର ଶକ୍ତି ହେଉଛି ତାର ସ୍ପିନ ବୋଲିଂ ଆଟାକ କିନ୍ତୁ ଏଥର ନୁର ଅହମ୍ମଦଙ୍କ ବ୍ୟତୀତ ଆଉ ସମସ୍ତେ ପ୍ରଭାବହୀନ ନଜର ଆସିଛନ୍ତି । ସେହିପରି ଦ୍ରୁତ ବୋଲିଂରେ ବିଭାଗରେ କେବଳ ଖଲିଲଙ୍କର ଭଲ ପ୍ରଦଶନ ରହିଛି । ଏହି କାରଣରୁ ସିଏସକେ ଭଳ ସ୍କୋର କରୁଥିଲା ମଧ୍ୟ ତାକୁ ଡିଫେଣ୍ଡ କରିପାରୁନାହିଁନ୍ତି ବୋଲର । ଯାହା ହେଉଛି ଚେନ୍ନାଇ ବିଫଳତାର ମୁଖ୍ୟ କାରଣ ।