ଭୁବନେଶ୍ୱର: ପ୍ରଥମ ଆଫ୍ରିକୀୟ ଦେଶ ଭାବେ ରିପବ୍ଲିକ ଅଫ କଙ୍ଗୋ ଏଲୋନ ମସ୍କଙ୍କ କମ୍ପାନୀ 'ଷ୍ଟାରଲିଙ୍କ' ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି । ଏବେ ଏଲୋନ ମସ୍କଙ୍କ 'ଷ୍ଟାରଲିଙ୍କ' ଆଫ୍ରିକୀୟ ଦେଶ ଗୁଡିକରେ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିପାରିବ । ସ୍ପେସ X ର ଏକ ଅଂଶ ଭାବେ ଏହା ଆଫ୍ରିକୀୟ ମହାଦେଶରେ ନିଜର କାର୍ଯ୍ୟ ଆରମ୍ଭ କରିସାରିଛି । ସୋମାଲିଆ ଓ ଲୋସୋଥୋ ଏପ୍ରିଲ ମାସରେ ଏହାକୁ ଦେଶରେ କାର୍ଯ୍ୟ କରିବାପାଇଁ ଅନୁମତି ଦେଇସାରିଛନ୍ତି ।
ଯୁଦ୍ଧରେ ପୀଡ଼ିତ କଙ୍ଗୋ 2023 ମସିହାରୁ ଇଣ୍ଟେର୍ନେଟ ସେବା ବହୁଳ ଭାବେ ପ୍ରଭାବିତ ହୋଇଛି । ଇଣ୍ଟରନ୍ୟାଶନାଲ ଟେଲିକମ ୟୁନିଅନ ଅନୁଯାୟୀ ଦେଶର ପ୍ରତିଶତ ଲୋକ ଇଣ୍ଟରନେଟ ସେବାରେ ବହୁ ବାଧାର ସମ୍ମୁଖୀନ ହେବା ସହିତ ଧିମା ଇଣ୍ଟରନେଟର ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ । ବର୍ତମାନ ସରକାର ଦେଶରେ ଇଣ୍ଟରର୍ନେଟର ସେବା ଯୋଗାଇଦେବାକୁ 'ଷ୍ଟାରଲିଙ୍କ'କୁ ମଞ୍ଜୁରୀ ଦେଇଦେଇଛନ୍ତି ।
ପୂର୍ବରୁ କଙ୍ଗୋ ସରକାର 'ଷ୍ଟାରଲିଙ୍କ'କୁ ଦେଶରେ ବ୍ୟବସାୟ ପାଇଁ ଅନୁମତି ଦେଇନଥିଲେ । ଦେଶ ମଧ୍ୟରେ ଥିବା ରୁୱାଣ୍ଡା ସମର୍ଥିତ M23 ଆତଙ୍କବାଦୀ ମାନେ ଏହାର ଦୁରୁପଯୋଗ କରିପାରନ୍ତି ଏହା ଭୟ କରି ସରକାର ଏହା ଉପରେ ପ୍ରତିବନ୍ଧ ଲଗାଇଥିଲେ । ତେବେ ଏବେ ସରକାର ଏହାର ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବା ସହିତ 'ଷ୍ଟାରଲିଙ୍କ'କୁ ବ୍ୟବସାୟ ପାଇଁ ଅନୁମତି ଦେଇଛନ୍ତି ।
'ଷ୍ଟାରଲିଙ୍କ' କେବଳ କଙ୍ଗୋ ନୁହେଁ ବରଂ ଏହାର ପଡ଼ୋଶୀ ରାଷ୍ଟ୍ର ଉଗାଣ୍ଡାରେ ମଧ୍ୟ କାୟା ବିସ୍ତାର ନେଇ ଯୋଜନା ଜାରି ରଖିଛି । ଉଗାଣ୍ଡାର ରାଷ୍ଟ୍ରପତି ୟୋୱେରୀ ମୁସେଭେନି ମଧ୍ୟ 'ଷ୍ଟାରଲିଙ୍କ'ର ପ୍ରତିନିଧିଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବା ସହ ଏହାକୁ ଫଳପ୍ରଦ ବୈଠକ ଭାବେ ଅଭିହିତ କରିଥିଲେ ।