ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବିଜୁଳି, ଘଡଘଡି ଜାରି ରହିଛି । ଯାହାଫଳରେ ଗ୍ରାମରୁ ରାଜ୍ୟବାସୀ ଆଶ୍ବସ୍ତି ପାଉଛନ୍ତି । ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି, ପବନ ପାଇଁ ୨୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୨୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବରେ ହେଉଥିବା ବଜ୍ରପାତରେ ଲୋକଙ୍କର ମୃତ୍ୟୁ ହେଉଛି । ସେଥିପାଇଁ ସତର୍କରେ ରହିବା ପାଇଁ ରାଜ୍ୟବାସୀଙ୍କୁ ସୂଚନା ଦିଆଯାଉଛି । ବର୍ଷା ଫଳରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଉଛି ।
ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା । ପବନ ସହ ବିଜୁଳି, ଘଡଘଡି ଓ ପରେ ପରେ ବର୍ଷା ହୋଇଥିଲା । ଯାହା ରାଜଧାନୀର ତାପମାତ୍ରାକୁ ସାମାନ୍ୟ ହ୍ରାସ କରି ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା । କାଳବୈଶାଖୀ ପ୍ରଭାବ କମିଲା ପରେ ରାଜ୍ୟରେ ପୁଣି ତାଣ୍ଡବ କରିବ ତାତି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବେ ।