ସମ୍ବଲପୁର ; ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ l ସମ୍ବଲପୁର ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଧୋଲୋମୁଣ୍ଡା ଗ୍ରାମର ସନ୍ତୋଷ ବଢାଇ ।
ସୂଚନା ଅନୁସାରେ ସନ୍ତୋଷଙ୍କୁ ହାତୀ ଆକ୍ରମଣ କରି କଚାଡି ମାରିଥିବା ମାରିଥିବା ବେଳେ ମୃତକ ସନ୍ତୋଷଙ୍କ ମାନସିକ ସ୍ଥିତି ଠିକ ନଥିବା ନେଇ ମଧ୍ୟ ସୁଚନା ମିଳିଛି । ଗତକାଲି ରାତିରେ ବୁଲାବୁଲି କରୁଥିବା ସମୟରେ ଧଧୋଲୋମୁଣ୍ଡା କୁନି ଡୁମୁରି ନିକଟରେ ଆଜି ଭୋର ଭୋର ସେ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ତାଙ୍କ ପରିବାର ବର୍ଗ ପହଞ୍ଚିଥିଲେ l ବନ ବିଭାଗକୁ ଏହି ଘଟଣା ସମ୍ପର୍କ ରେ ଖବର ଦେବା ପରେ ବନ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l