କେନ୍ଦ୍ରାପଡା : ଦିନ ଦ୍ୱିପ୍ରହରରେ ଫୁଟିଲା ଗୁଳି। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ବାଲିସାହି, ଇନ୍ଦାଳ ଛକ ନିକଟରେ ଯୁବକଙ୍କୁ ଗୁଳିମାଡ । ଗୁଳିମାଡ଼ କରି ଫେରାର ହୋଇଛି ଦୁର୍ବୁତ୍ତ । ଗୁଳି ମାଡରେ ଆହତ ହୋଇଥିବା ଯୁବକଙ୍କ ନାମ ଗୌତମ ମଲିକ୍ ବୋଲି ଜଣାପଡିଛି । ଗୌତମଙ୍କ ବାମ ଜଙ୍ଘରେ ଗୁଳି ବାଜିଛି l ଗୌତମ ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l
ମିଳିଥିବା ସୂଚନା ଅନୁଯାୟୀ ଗୌତମ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ବାଲିସାହି ଠାରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ କରିଥିଲେ । ଗୌତମ ତଳେ ପଡିଯିବା ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ରହିଛି l