ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍, ୬୬ଟି ଅଫୁଟା ଗୁଳି ଓ ୪ଟି ଖୋକା ଜବତ ହୋଇଛି ।
ସୂଚନା ଅନୁଯାୟୀ, ରବିବାର ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡ଼ା, ଭଞ୍ଜନଗର, ପୋଲସରା, ଚମାଖଣ୍ଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଯେଉଁଥିରେ ୧୮ ଜଣ ଅପରାଧୀଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ୧୭ଟି ବନ୍ଧୁକ, ୧୬ଟି ମୋବାଇଲ୍, ୬୬ଟି ଗୁଳି ଓ ୪ଟି ଖୋକା ଜବତ ହୋଇଛି । ବିଭିନ୍ନ ଅପରାଧୀଙ୍କ ମାମଲାରେ ଏମାନେ ସମସ୍ତେ ଜଡିତ ଥିଲେ । ପୋଲିସର ତଦନ୍ତ ପରେ ହିଁ ଏନେଇ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ରହିଛି ।
ଆଜି ଗଞ୍ଜାମ ଏସପି ଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ l