ଯାଜପୁର: ଭାରସାମ୍ୟ ହରାଇଲା ଟ୍ରାକ୍ଟର । ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ଗତକାଲି ରାତିରେ ଘଟିଯାଇଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ନିକଟସ୍ଥ ଚାରିନଙ୍ଗଳ ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି ।
ଟ୍ରାକ୍ଟରଟିରେ ଗୋଟିଏ ପରିବାରର ତିନି ଜଣ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ବସିଥିଲା । ଫଳରେ ଏହା ବନ୍ଧ ତଳକୁ ଓଲଟି ପଡିଥିଲା । ଫଳରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ପରିବାରର ତିନିଜଣଙ୍କ ମୃତ୍ୟୁ ପରେ ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।