ଢେଙ୍କାନାଳ ; ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇରାନାଳୀ ଗାଁରେ ଏକ ଅଘଟଣ ଘଟିଯାଇଛି । ମର୍ଣ୍ଣିଙ୍ଗ ୱାର୍କ କରୁଥିବା ବେଳେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା । ଗୁରୁତର ମହିଳା ଜଣଙ୍କ ଦିଘି ପଞ୍ଚାୟତ ଅନ୍ତର୍ଗତ କଇରାନାଳୀ ଗାଁର ରଜନୀ ରାଉତ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ରଜନୀ ଗାଁର ଅନ୍ୟ ଜଣେ ମହିଳାଙ୍କ ସହିତ ମର୍ଣ୍ଣିଙ୍ଗ ୱାର୍କ କରୁଥିବା ବେଳେ ହଠାତ ଦନ୍ତା ହାତୀଟି ଆକ୍ରମଣ କରିଥିଲା। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ରଜନୀଙ୍କୁ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।