ଗଞ୍ଜାମ: ବେଙ୍ଗାଲୁରୁରେ ଜଣେ ଓଡ଼ିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୁଶପଲ୍ଲୀ ଗାଁର ୨୫ ବର୍ଷୀୟ ଯୁବକ ରବୀନ୍ଦ୍ର ସାହୁ । ସେ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ କୌଣସି କାରଣରୁ ନେଇ ସେଠାରେ ଜଣେ ଯୁବକ ରବୀନ୍ଦ୍ରଙ୍କୁ ଗୋଡାଇ ଗୋଡାଇ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ସୂଚନା ମୁତାବିକ, ରବିନ୍ଦ୍ର ପ୍ରାୟ ୧୧ ବର୍ଷ ହେଲା ରାଜ୍ୟ ବାହାରେ କାମ କରୁଛନ୍ତି । ବାପାଙ୍କ ମୃତ୍ୟୁ ପରେ ପରିବାର କହିଲେ ମା ଓ ଭଉଣୀ ଦୁଇ ଜଣ । ଗତ ୫ ଦିନ ପୂର୍ବରୁ ଭଉଣୀର ବିବାହ ଥିବାରୁ ଛୁଟି ନେଇ ଗାଁକୁ ଆସିଥିଲେ ରବିନ୍ଦ୍ର । ତେବେ ବାହାଘର ସରିବା ପରେ ପୁଣି ଚାକିରିରେ ଯୋଗ ଦେବାକୁ ଚାଲିଯାଇଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ଲାଗି କମ୍ପାନୀ ପକ୍ଷରୁ ତାଙ୍କୁ ସିନିୟର ସିକ୍ୟୁରିଟି ସୁପରଭାଇଜର ଲାଗି ମନୋନୀତ କରିଥିଲେ, ହେଲେ ଏବେ ତାଙ୍କୁ ହତ୍ୟା କରାଯାଇଛି। କିଏ ଓ କାହିଁକି ରବୀନ୍ଦ୍ରକୁ ହତ୍ୟା କଲା ତାହା ଏବେବି ଅସ୍ପଷ୍ଟ ରହିଛି ।