ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ କବୀର ଖାନ ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ପାଇଁ ଜଣାଶୁଣା। ସେ ସଲମାନ ଖାନ, କରୀନା କପୁର ଏବଂ କ୍ୟାଟ୍ରିନା କୈଫଙ୍କ ପରି ବଡ଼ ବଡ଼ କଳାକାରଙ୍କ ସହ ବହୁ ଚଳଚିତ୍ରରେ କାମ କରିଛନ୍ତି। କବୀର ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। କବୀର ଖାନ ଏକାଧାରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଏବଂ ସିନେମାଟୋଗ୍ରାଫର। ସେ ଡକ୍ୟୁମେଣ୍ଟାରୀ ଫିଲ୍ମରେ କାମ କରି ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ତା'ପରେ ୨୦୦୬ ମସିହାରେ ଦୁଃସାହସିକ ଥ୍ରୀଲର ମୁଭି କାବୁଲ ଏକ୍ସପ୍ରେସ ସହିତ ଫିଲ୍ମ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ସେ 'ନ୍ୟୁୟର୍କ' , 'ଏକ ଥା ଟାଇଗର' , 'ବଜରଙ୍ଗୀ ଭାଇଜାନ' ଏବଂ '୮୩' ନିର୍ଦ୍ଦେଶନା ପାଇଁ ଜଣାଶୁଣା। ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ୍' ମଧ୍ୟ ଫ୍ୟାନ୍ସ ମାନଙ୍କ ପ୍ରସଂଶା ସାଉଁଟିଥିଲା । '୮୩' ପରେ ଏହା ତାଙ୍କର ଦ୍ୱିତୀୟ କ୍ରୀଡା ବାୟୋପିକ୍ ଥିଲା। କବୀର ଖାନ ଇଣ୍ଡିଆ ଟିଭିର 'ଦି ଫିଲ୍ମି ହସଲ୍' ପଡକାଷ୍ଟରେ 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ୍ ନ ତିଆରି କରିବାର କାରଣ ପ୍ରକାଶ କରିଛନ୍ତି।
ଏହି ସାକ୍ଷାତକାରରେ କବିର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । କବୀର ତାଙ୍କ ଶିକ୍ଷାଠାରୁ ଆରମ୍ଭ କରି କ୍ୟାରିଅର ପର୍ଯ୍ୟନ୍ତ ସବୁକିଛି ବିଷୟରେ କହିଛନ୍ତି । ସେ କହିଥିଲେ ଯେ 'ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜ ବ୍ୟତୀତ ସେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରେ ମଧ୍ୟ ପଢ଼ିଛନ୍ତି। ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ, ସେ ଜଣାଶୁଣା ସାମ୍ବାଦିକ ସଇଦ ନକଭିଙ୍କ ସହ କାମ କରିଥିଲେ। ଜଣେ ଚଳଚ୍ଚିତ୍ର ନିର୍ମାତା ହେବା ପୂର୍ବରୁ, ସେ ସଇଦ ନକଭିଙ୍କ ସହିତ କ୍ୟାମେରାମ୍ୟାନ୍ ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ଏବଂ ଅନେକ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଖବର ପରିବେଷଣ କରି ସାରା ବିଶ୍ୱ ଭ୍ରମଣ କରିଥିଲେ। ସେ ପ୍ରାୟ ୬୦ଟି ଦେଶ ଭ୍ରମଣ କରିଥିଲେ ଏବଂ ସେଠାରେ ଚଳଚ୍ଚିତ୍ର ସୁଟିଂ କରିଥିଲେ। ଇଣ୍ଡିଆ ଟିଭିର 'ଦି ଫିଲ୍ମି ହସଲ୍' ପଡକାଷ୍ଟରେ, କବୀର ଖାନ 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ୍ ନ ତିଆରି କରିବାର କାରଣ ବ୍ୟାଖ୍ୟା କରି କହିଛନ୍ତି, '୨୦୧୫ରେ ମୁକ୍ତିଲାଭ କରିଥିବା ସଲମାନ ଖାନ ଏବଂ କରୀନା କପୁର ଅଭିନୀତ ବଜରଙ୍ଗୀ ଭାଇଜାନର କାହାଣୀ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି, ସେଥିପାଇଁ ଦର୍ଶକ ଏହାର ସିକ୍ୱେଲ୍ ପାଇଁ ଅପେକ୍ଷା କରିଛନ୍ତି, ଯାହା ନିର୍ମିତ ହେବ ନାହିଁ କାରଣ ବଜରଙ୍ଗୀ ପ୍ରକୃତରେ ଏକ ବଡ଼ ଚରିତ୍ର, ସେ ପ୍ରାୟତଃ ଲୋକଙ୍କଠାରୁ ଶୁଣନ୍ତି ଯେ ସେମାନେ ତାଙ୍କୁ ପୁଣି ବଡ଼ ପରଦାରେ ଦେଖିବାକୁ ଚାହାଁନ୍ତି।' କବୀର ଖାନ ଆହୁରି କହିଛନ୍ତି ଯେ ବଜରଙ୍ଗି ଭାଇଜାନ ଫିଲ୍ମଟି ମୁନ୍ନି (ହର୍ଷାଳୀ ମଲହୋତ୍ରା)ଙ୍କ ଚାରିପାଖରେ ଘୂରି ବୁଲିଥିଲା ଏବଂ ସେହି ଅଂଶଟି ସମାପ୍ତ ହେବା ମାତ୍ରେ ଫିଲ୍ମଟି ଶେଷ ହୋଇଗଲା, ତେଣୁ ଏବେ ମୁଁ ଜାଣିଛି ଯେ ଏହାର ସିକ୍ୱେଲର କୌଣସି ଅର୍ଥ ନାହିଁ ବୋଲି କବିର କହିଛନ୍ତି ।