ମୁମ୍ବାଇ: ଅଭିନେତ୍ରୀ. ମଡେଲ୍ ତଥା ବିଗ୍ ବସ୍ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରୁ ବଡ଼ ଧରଣର ଚୋରି ହୋଇଛି । ମୁମ୍ବାଇ ପୋଲିସ ଉକ୍ତ ଅଭିଯୁକ୍ତକୁ ଧରିବାରେ ମଧ୍ୟ ସଫଳ ହୋଇଛି ।
ଲୋପାମୁଦ୍ରାଙ୍କ ମୁମ୍ବାଇସ୍ଥିତ ସାନ୍ତାକ୍ରୁଜରେ ଥିବା ବାସଭବନରୁ ଚୋରି ହୋଇଛି । ଲୋପାମୁଦ୍ରା କୌଣସି କାମରେ ବାହାରକୁ ଯାଇଥିବାବେଳେ ପ୍ରାୟ ୧ କୋଟି ଟଙ୍କା ସାମଗ୍ରୀ ଚୋରି ହୋଇଛି । ଯେଉଁଥିରେ ତାଙ୍କର ନଗଦ ଟଙ୍କା, ସୁନା ଅଳଙ୍କାର ଏବଂ ସୁନା ବିସ୍କୁଟ ସାମିଲ ରହିଛି । ଜୁନ ୨୦ରୁ ଜୁଲାଇ ୨୭ ତାରିଖ ମଧ୍ୟରେ ଲୋପାମୁଦ୍ରା ନିଜ କାମରେ ଘର ବାହାରକୁ ଯାଇଥିବାବେଳେ ଏହି ଚୋରି ହୋଇଛି । ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ସାନ୍ତାକ୍ରୁଜ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏବଂ କ୍ରାଇମ ବ୍ରାଞ୍ଚର ମିଳିତ ପ୍ରୟାସରେ ଚୋରକୁ ଧରାଯାଇଛି । ଚନ୍ଦନ କମଲେଶ ମୁଖିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜ ମାଧ୍ୟମରେ ତାକୁ ଚିହ୍ନଟ କରାଯାଇ ବିହାରରୁ ଗିରଫ କରାଯାଇଛି । ଅଭିଯୁକ୍ତ ନିକଟରୁ ପ୍ରାୟ ୭୬ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ପୋଲିସ ଜବତ କରିଛି । ଅନ୍ୟ ସାମଗ୍ରୀ ଉଦ୍ଧାର ପାଇଁ ଜେରା କରାଯାଉଛି ।
ଲୋପାମୁଦ୍ରା ବିଗ୍ ବସ୍ ଓ ଖତ୍ରୋଁ କେ ଖିଲାଡ଼ୀରେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ସେ ଫେମିନା ମିସ୍ ଇଣ୍ଡିଆରେ ଦ୍ୱିତୀୟ ସ୍ଥାନ ଅଂଶ ଗ୍ରହଣ କରିଥିଲ । ସେହିପରି ମିସ୍ ଡିଭାରେ ମଧ୍ୟ ଫାଇନାଲିଷ୍ଟ ଥିଲେ ।