ଦେଶର ବିଭିନ୍ନ ବ୍ୟାଙ୍କ ସହ ଗୁଗୁଲ ପେ ନିଜର ଭାଗୀଦାରି ରଖିଛି । ଯାହା ଫଳରେ ଗୁଗଲ ପେ ବ୍ୟବହାରକାରୀ ଏହାର ଲାଭ ମଧ୍ୟ ଉଠାଉଛନ୍ତି । ତେବେ ଗୁଗଲ ପେ ରେ କେବଳ ଯେ ପଇସା ଅନଲାଇନରେ ଲେଣ-ଦେଣ କରାଯାଇଥାଏ ତାହା ନୁହେଁ ବଂର ଏଥିରେ ଆପଣ ମାନେ ଇନଷ୍ଟାଣ୍ଟ ଲୋନ ମଧ୍ୟ ନେଇପାରିବେ । ବ୍ୟାଙ୍କ ଗୁଡିକ ଏଥିରେ ୩୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଲୋନ ପ୍ରଦାନ କରୁଛନ୍ତି । ଏହି ଲୋନର ଅବଧି ୬ ମାସରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ରହିଛି। ତେବେ ଆପଣ ଯଦି ଗୁଗଲ ପେରୁ ଲୋନ ନେବା ପାଇଁ ଯୋଜନା କରୁଛନ୍ତି ତାହାଲେ ଏମିତି କଛି କଥା ଅଛି ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ । ଯେମିତିକି ଏଥିରେ କେତେ ସୁଧ ରହୁଛି ଏବଂ ଏହାର ଆବେଦନ କେମିତି କରିବେ । ତେବେ ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ବିବରଣୀ ।
ଯଦି ଆପଣ ଗୁଗଲ ପେ ରୁ ଋଣ ନିଅନ୍ତି, ତେବେ ଆପଣଙ୍କୁ ୧୦.୫୦% ରୁ ୧୫% ପର୍ଯ୍ୟନ୍ତ ସୁଧ ଦେବାକୁ ପଡ଼ିପାରେ। କ୍ରେଡିଟ୍ ସ୍କୋର ଉପରେ ଆଧାର କରି ସୁଧ ହାର ସ୍ଥିର କରାଯାଏ। ଋଣ ନେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ଏଥିପାଇଁ କୌଣସି କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ଋଣ ନେଉଥିବା ବ୍ୟକ୍ତିଙ୍କ ବୟସ ଅତି କମରେ ୨୧ ବର୍ଷ ହୋଇଥିବା ଆବଶ୍ୟକ। ଏହା ସହିତ ନିୟମିତ ଆୟର ଏକ ପ୍ରମାଣ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ EMI (ଇଏମଆଇ) ଆକାରରେ ପଇସା କାଟି ନିଆଯିବ ।
ଲୋନ ପାଇଁ କେମିତି ଆବେଦନ କରିବେ
ଗୁଗଲ ପେ ମନି ଖୋଲନ୍ତୁ ତାପରେ ଏହି ଟ୍ୟାବ ଉପରେ କ୍ସିକ୍ କରନ୍ତୁ ।
ଲୋନ ସେକସନରେ ଉପଲବ୍ଧ ଥିବା ଅପଂର ଚେକ କରନ୍ତୁ ।
ଲୋନ ଅଫର ଉପରେ କ୍ଲକ୍ କରି ନିର୍ଦ୍ଦେଶାବଳୀ ଗୁଡିକୁ ଅନୁସରଣ କରନ୍ତୁ ।
କେୱାଇସି ପ୍ରମାଣପତ୍ର ଅପଲୋଡ କରି ଲୋନ ଏଗ୍ରିମେଣ୍ଟରେ ଇ-ସାଇନ କରନ୍ତୁ ।
ଋଣ ମଞ୍ଜୁର ହେବା ପରେ ରାଶି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ।
ଗୁଗଲ୍ ପେ ମାଧ୍ୟମରେ ଋଣର ମାସିକ EMI ସିଧାସଳଖ ଆପଣଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ କଟାଯାଏ। ତେଣୁ, ଦଣ୍ଡ ଏଡାଇବା ପାଇଁ ପର୍ଯ୍ୟାପ୍ତ ଟଙ୍କା ବ୍ୟାଙ୍କ ଖାତାରେ ରହିବା ଆବଶ୍ୟକ । ଋଣ ଆବେଦନ ସମୟରେ ଦେୟ ତାରିଖ ଏବଂ ପରିମାଣ ସମେତ ପରିଶୋଧ ସୂଚୀ ପ୍ରକାଶିତ ହୁଏ।