ଯାଜପୁର: ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଯାଜପୁର ଜିଲ୍ଲାପାଳ ପି ଅନ୍ବେଷା ରେଡିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସଭା ଗୃହରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୁର୍ଣ ବିଷୟରେ ଆଲୋଚନା କରିଥିଲେ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ କାର୍ଯ୍ୟକରିବା, ଗରିବ ଲୋକଙ୍କୁ ଘରଡ଼ିହ ପଟ୍ଟା, ଜନଜାତିଙ୍କୁ ପଟ୍ଟା, ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା, ସ୍କୁଲମାନଙ୍କୁ ଖେଳ ପଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଜମି ପଟ୍ଟା, ବସୁନ୍ଧରା ଯୋଜନା କାର୍ଯ୍ୟ କରିବା, ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା, କଳିଙ୍ଗ ନଗର ଇସ୍ପାତ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା, ଭୂମି ହୀନ ଲୋକଙ୍କୁ ଜମି ପଟ୍ଟା, ନଟ ଫାଇନାଲ ଜମିକୁ ଫାଇନାଲ କରିବା ସହିତ ପ୍ରତେକ ମାସର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାସଂଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଅମର ନାୟକ, ଆକାଶ ଦାଶ ନାୟକ ସମେତ ଜ଼ିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।