କଟକ: କଟକ ଗୋପାଳପୁରରେ ହତ୍ୟାକାଣ୍ଡ । ଚାହା ଦୋକାନ ଆଗରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତକଙ୍କ ନା ଚକ୍ରଧର ମହାରଣା। ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, କଟକ ସଦର ଥାନା ଗୋପାଳପୁର ବଢ଼େଇ ସାହିରେ ଥିବା ଚାହା ଦୋକାନରେ ଜଣେ ଯୁବକ ବସିଥିଲେ । ଏହି ସମୟରେ ଅନ୍ୟ ଜଣ ଯୁବକ ଅତର୍କିତ ଭାବରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଅତି ନୃଶଂସ ଭାବେ ଯୁବକଙ୍କୁ ଲୁହା ରଡ୍ରେ ପିଟିପିଟି ହତ୍ୟା କରିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅଭିଯୁକ୍ତକୁ କାବୁ କରିଥିଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଜାରି କରିଛି ।