ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଏବଂ ଖାଦ୍ୟ ଅନ୍ୱେଷଣରେ ହାତୀ ଜଙ୍ଗଲରୁ ଆସି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଫଳରେ ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ଜୀବନ ଯାଉଛି । ତେବେ ମଙ୍ଗଳବାର କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ବାଙ୍କ ମହାନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ରାତିରେ ଫସଲ ଖାଇବାକୁ ହାତୀ ପଲ ଗାଁ ଭିତରେ ପଶିଥିଲେ । ଏହି ସମୟରେ ଶଦ୍ଧ ଶୁଣି ବାଙ୍କ ମହାନ୍ତି ଘର ବାହାରକୁ ଆସିଥିଲେ । ଏବଂ ହାତୀ ଘଉଡାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଏପରିକି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢନ୍ତୁ :ମହିଳା ବକ୍ସରଙ୍କ ସନ୍ଦେହଜନକ ମୃତ୍ୟୁ