ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟବିଭାଗ । ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ଏସ୍. ଅଶ୍ୱଥୀଙ୍କୁ ଭେଟିି ନୂଆ କୋଭିଡ଼ ଭୂତାଣୁ ଚିହ୍ନଟ ନେଇ ରିପୋର୍ଟ ଦେଇଛନ୍ତି । ଏନେଇ ଗଣମଧ୍ୟମରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଏସ୍. ଅଶ୍ୱଥୀ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା କରୋନାକୁ ନେଇ କେନ୍ଦ୍ର ପକ୍ଷରୁ କୌଣସି ମାଗଦର୍ଶିକା ଆସିନାହିଁ । ଲୋକଙ୍କୁ ଭୟଭୀତ ନ ହେବାକୁ କୁହାଯାଇଛି । ବର୍ତ୍ତମାନ କେବଳ ଜଣେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି’ ।
ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱରର ବୋଲି ଜଣାପଡିଛି। ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି।ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ଭଲ ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ ଏସ୍ ଅଶ୍ୱଥା ଜଣାଇଛନ୍ତି । ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଖିଲେ ସେ ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।
ଦକ୍ଷିଣ ଏସିଆର ଚାଇନା ଓ ସିଙ୍ଗାପୁରରେ କୋଭିଡ-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । ଏ ପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।
ଅଧିକ ପଢନ୍ତୁ: ଛାତ୍ର ସଂସଦ ନିର୍ବାଚନ ନେଇ ମିଳିଲା ସବୁଜ ସଙ୍କେତ; ଚଳିତବର୍ଷ ଦଶହରା ପୂର୍ବରୁ ହେବା ନେଇ ମନ୍ତ୍ରୀ ଦେଲେ ସୂଚନା