ଭୁବନେଶ୍ୱର: କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଦୀର୍ଘ ବର୍ଷ ଧରି ରାଜ୍ୟରେ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ଏଥର ଦଶହରା ପୂର୍ବରୁ ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ । ସଠିକ୍ ସମୟରେ ସବୁ ଶେଷ କରିବାକୁ ପ୍ରକ୍ରିୟା ତ୍ୱରିତ କରିବାକୁ ହେବ ।
ଗତ କିଛି ବର୍ଷ ହେବ ରାଜ୍ୟରେ କଲେଜ ନିର୍ବାଚନ ପ୍ରକ୍ରିୟା ବନ୍ଦ ରହିଥିଲା । ଯେଉଁ ଛାତ୍ରଛାତ୍ରୀ ମାନେ ଛାତ୍ର ରାଜନୀତିରୁ ଆଗକୁ ଆସିଥାନ୍ତି, ସେମାନଙ୍କ ପାଖରେ ସୁଯୋଗ ନ ଥିଲା । ହେଲେ ବିଜେପି ଶାସନକୁ ଆସିବା ପରେ ଗତବର୍ଷ କଲେଜ ନିର୍ବାଚନ ହେବ କି ନାହିଁ ସେ ନେଇ ଦ୍ୱନ୍ଦ ରହିଥିଲା