ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ ତିନୋଟି ରାଜ୍ୟ ପାଇଁ ୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ବିହାର, ହରିୟାଣା ଏବଂ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ବିହାର ପାଇଁ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଓ କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରା ନିଯୁକ୍ତ ହୋଇଥିବାବେଳେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘବୀଙ୍କୁ ହରିୟାଣା ଦାୟିତ୍ୱ ମିଳିଛି । ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।
ରାଜ୍ୟସଭାରେ ଓଡ଼ିଶାରୁ ୪ଟି ଆସନ ଖାଲି ହେଉଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ବିଜେପି ସମର୍ଥନରେ ଦିଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିହାରର ୫ ଓ ହରିୟାଣାର ୨ଟି ଆସନ ମଧ୍ୟ ଖାଲି ହେଉଛି ।