ଭୁବନେଶ୍ୱର: ସବୁବେଳେ ପରସ୍ପର ପ୍ରତି ବିଶୋଦଗାର କରୁଥିବା ଦୁଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଏବେ କୋଳାକୋଳି ହୋଇପଡ଼ିଛନ୍ତି । ବିଜେପି-ବିଜେଡ଼ି ଭାଇ ଭାଇ କହୁଥିବା କଂଗ୍ରେସ ଏବେ ବିଜେଡ଼ିକୁ ପ୍ରଶଂସାରେ ପୋତି ପକାଉଛି । ତେବେ ନବୀନଙ୍କର ଏହି ନିଷ୍ପତ୍ତି ତାଙ୍କର ପତନର କାରଣ ହେବ ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ନେତା ପ୍ରସନ୍ନ ପାଟ୍ଟଶାଣୀ ।
ପ୍ରସନ୍ନ କହିଛନ୍ତି ଯେ ଦିଲ୍ଲୀପ ରାୟ ହିଁ ଜିତିବେ । ବିଜେପି ଦଳ ଠିକ୍ ଲୋକଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଭକ୍ତ ଓ ନବୀନ ବାବୁଙ୍କ ଏକାଠି ହେବା ନବୀନଙ୍କ ପତନର କାରଣ ହେବ । ଯାହା ପତନ ହୋଇଛି ଆହୁରି ପତନ ହେବ । ରାଜନୀତିର ଅନ୍ୟନାମ ଷଡ଼ଯନ୍ତ୍ର । ଯିଏ ଭଲ ଷଡ଼ଯନ୍ତ୍ର କରିପାରେ ସିଏ ରାଜନୀତିରେ ସେତେ ଭଲ ଉଠେ । ନବୀନ ବାବୁଙ୍କ ଭଳି ବଡ଼ ଷଡ଼ଯନ୍ତ୍ରକାରୀ ଆଉ କେହି ହୋଇପାରିବେ ନାହିଁ । କିନ୍ତୁ ସେ ଆଉ ସଫଳ ହୋଇପାରିବେ ନାହିଁ । ସେ ବହୁତ ଭୂଆଁ ବୁଲାଉଛି, କିନ୍ତୁ ସବୁ ସରିଗଲା ।
ପ୍ରସନ୍ନ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନଙ୍କ ରାଜୁତି ପରେ ଆଉ କେହି ରାଜୁତି କରିପାରିବେ ନାହିଁ । ଲୋକଙ୍କ ତାଙ୍କୁ ପରାସ୍ତ କରିସାରିଛନ୍ତି । ଆଗକୁ ଜିତିବାର ଯେଉଁ କୌଶଳ ଦରକାର ସେଥିରେ ନବୀନ ବାବୁ ଜଣେ ମିଛୁଆ । କାରଣ କହିଲେ ଗୋଟେ କଥା କରିଲେ ଗୋଟେ । ନବୀନ ବାବୁ ଜଣେ ଯେତେ ବଡ଼ ମିଛୁଆ ପ୍ରମାଣିତ ହେଲେ ତାଠାରୁ ବଡ଼ ମିଛୁଆ ପାଣ୍ଡିଆନ ।