ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବସଷ୍ଟାଣ୍ଡ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ବୁଧବାର ହୋଇଥିବା ବିସ୍ଫୋରଣରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଆଜି ସକାଳେ ନୀଳଗିରି ବାଲିଗହିରି ସ୍ଥିତ ବସଷ୍ଟାଣ୍ଡ ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପରେ ନବୀକରଣ କାର୍ଯ୍ୟ ଚାଲିଥିଲା । ପୁରୁଣା ଟାଙ୍କି ହଟାଇ ନୂତନ ଟାଙ୍କି ରଖୁଥିବାବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏହି ଶବ୍ଦ ଏତେ ପ୍ରଚଣ୍ଡ ଥିଲା ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ।
ଅଗ୍ନିଶମ ବାହିନୀ ଓ ପୋଲିସ ପହଁଚି ଉକ୍ତ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।