ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ସବୁଠାରୁ ଅଧିକ। ପୁରୀରେ ୬୭ ମିମି ଓ ଭୁବନେଶ୍ୱରରେ ୩୮ ମିମି ବର୍ଷା ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷା ପ୍ରଭାବରେ ଏହି ପରିମାଣର ବୃଷ୍ଟିପାତ ହୋଇଛି।ଏହି ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହେବା ସହ ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଘଣ୍ଟା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।
ବାତ୍ୟା ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଲାଗି ରହିଛି। ବାତ୍ୟା ଡିପ୍ ଡିପ୍ରେସନ୍ ଭାବେ ଓଡ଼ିଶା ଦେଇ ଦକ୍ଷିଣ ଛତିଶଗଡ଼ ମୁହାଁ ହୋଇ ଆଗକୁ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ୟପଟେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ବାପଟଲା ଏବଂ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରୁଛି। ଏହି ସମୟରେ ପବନର ବେଗ ୧୨୫ ରୁ ୧୩୫ କିମି ରହିଥିବାବେଳେ ଝଟକା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ରହିଛି।