ଭୁବନେଶ୍ୱର: ମଙ୍ଗଳାବାର ଲୋକସେବା ଭବନରେ କୋଟିଆ ପ୍ରସଙ୍ଗକୁ ନେଇ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଆଉ ଓଡ଼ିଶାର ହୋଇ ରହିବ। କୋଟିଆ ଅଞ୍ଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଅସ୍ମିତା ହେଉଛି କୋଟିଆ, ଏହାର ବିକାଶ ଜରୁରୀ ଅଟେ। କୋଟିଆ ଉପରେ ଆନ୍ଧ୍ର କାହିଁକି ଆଖି ପକାଉଛି । କିନ୍ତୁ କୌଣସି ବି ପରିସ୍ଥିତିରେ କୋଟିଆକୁ ଆନ୍ଧ୍ରକୁ ଦିଆଯିବନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ କୋରାପୁଟର କୋଟିଆ ସର୍ବଦା ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ଏହା ଓଡ଼ିଶାର ହୋଇ ରହିବ। କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ କୌଣସି ପ୍ରକାରେ ବୁଝାମଣା କରାଯିବ ନାହିଁ। ଓଡ଼ିଶାର ସ୍ୱାର୍ଥ ଓ ସମ୍ମାନ ପାଇଁ ସମସ୍ତ ଦଳକୁ ଏକାଠି ନେଇ ଏବଂ କୋରାପୁଟର ବିଧାୟକମାନଙ୍କ ସହ ଆଲୋଚନା କରି ମିଳିତ ଭାବେ ଲଢ଼େଇ କରାଯିବ ବୋଲି ସେ କହିଛନ୍ତି।