ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ସମ୍ପୂର୍ଣ୍ଣ ଭାବେ ସ୍ଥଳ ଭାଗ ଅତିକ୍ରମ କରିଛି । ବାତ୍ୟା “ଅର୍ଣ୍ଣବ” ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୬ ଘଣ୍ଟା ଧରି ସ୍ଥିର ରହିଥିଲା । ଏହା ପରେ ସ୍ଥଳଭାଗ ଅତିକ୍ରମ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଥିଲା । ଘୂର୍ଣ୍ଣି ଝଡ଼ର ବାହ୍ୟ ବଳୟ ଆନ୍ଧ୍ର ପ୍ରଦେଶରେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବା ପରେ ପ୍ରାୟ ଦୀର୍ଘ ୬ ଘଣ୍ଟା ୩୦ ମିନିଟରୁ ଅଧିକ ସମୟ ଧରି ସ୍ଥିର ରହିଥିଲା । ଅର୍ଥାତ୍ ବାତ୍ୟାର କେନ୍ଦ୍ର ସ୍ଥଳ ସମୁଦ୍ର ଭିତରେ ରହିଥିଲା । ଆନ୍ଧ୍ର ଉପକୂଳ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ନରସାପୁରରୁ ୩୦ କିମି, ୟାନମରୁ ୪୫ କିମି, କାକିନାଡାରୁ ୭୦, ମଛଲିପଟ୍ଟନମରୁ ୯୦ କିମି ଦୂରରେ ବାତ୍ୟାର କେନ୍ଦ୍ର ସ୍ଥଳ ସ୍ଥିର ରହିଥିଲା । ରାତି ୨ରୁ ସକାଳ ସାଢ଼େ ୮ଟା ଯାଏଁ ଲ୍ୟାଣ୍ଡ୍ ଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହା ପରେ ସକାଳ ସାଢ଼େ ୮ଟାରେ ସମ୍ପୂର୍ଣ୍ଣଭାବେ ସ୍ଥଳଭାଗ ଅତିକ୍ରମ କରିଥିଲା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୫-୧୨୫ କିମି ଏବଂ ଝଟ୍କା ପବନର ବେଗ ୧୪୦ କିମି ରହିଥିବା ଅନୁମାନ କରାଯାଇଥିଲା । ଏକ ଲମ୍ବା ସମୟ ଧରି ଲ୍ୟାଣ୍ଡପ୍ରକ୍ରିୟା ଜାରି ରହିଥିଲା ।
ସ୍ଥଳଭାଗ ଛୁଇଁବା ପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ଭୀଷଣ ବାତ୍ୟାର ରୂପ ନେବା ପବନର ବେଗ ଘଣ୍ଟା ପ୍ରତି ପବନର ବେଗ ୧୧୦ ରୁ ୧୨୦ କିମି ଥିବାବେଳେ ଝଟକା ପବନର ବେଗ ୧୩୫ କିମି ରହିଛି । ଏହାର ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ସହିତ ପବନ ଜାରି ରହିଛି ।