ନୂଆଦିଲ୍ଲୀ: ନିଜ ଜୀବନକୁ ବାଜିରେ ଲଗାଇ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ୟୁନାଇଟେଡ୍ ଆରବ୍ ଏମିରେଟ୍ସ ସମ୍ମାନୀତ କରିଛି । ମଙ୍ଗଳବାର ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ୍ ନାହୟାନ କ୍ୟାପଟେନ୍ ମଚ୍ଛାର ଏବଂ ଫ୍ଲାଇଦୁବାଇ ବିମାନର କ୍ର୍ୟୁ ସଦସ୍ୟଙ୍କୁ “ଫାଷ୍ଟ କ୍ଲାସ୍ ଅର୍ଡର୍ ଅଫ୍ ଜାୟଦ-2ୟ” ସମ୍ମାନରେ ସମ୍ମାନୀତ କରିଛନ୍ତି ।
ରାଷ୍ଟ୍ରପତି ଶେଖ ମହମ୍ମଦ, ଦୁବାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଶେକ ମହମ୍ମଦ ବିନ୍ ରାଶିଦ ଅଲ୍ ମକତୁମ ସମସ୍ତ କ୍ର୍ୟୁ ସଦସ୍ୟଙ୍କ ସାକ୍ଷାତ କରିବା ସହିତ ଆଲୋଚନା କରିଥିଲେ । ମଚ୍ଛାରଙ୍କ ସାହସିକତା ପାଇଁ ପ୍ରଶଂସା କରିଛନ୍ତି । ବୈଠକ ସମୟରେ କ୍ରୁ ସଦସ୍ୟଙ୍କ ଭୂମିକା ଏବଂ ସାହସ ପାଇଁ ପ୍ରଶଂସା କରିଥିଲେ। ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ କ୍ରୁ ସଦସ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ଉଚ୍ଚସ୍ତରୀୟ ଦାୟିତ୍ୱର ପ୍ରଶଂସା କରିଥିଲେ। ସମସ୍ତେ ଗୁରୁତ୍ୱାରୋପ କରିଥିଲେ ଯେ ମାନବ ସୁରକ୍ଷା ଏବଂ ଉଦ୍ଧାର ୟୁଏଇର ପ୍ରମୁଖ ପ୍ରାଥମିକତା ରହିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ, ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନ FZ 1073, କକପିଟ୍ ଭିତରେ କୋ-ପାଇଲଟ୍, କ୍ୟାପଟେନ୍ ସ୍ମିତଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ବିମାନକୁ ନିଜ ଅଧିନକୁ ନେଇ ଏକ ବଡ଼ ବିସ୍ଫୋରଣ କରିବା ପାଇଁ ଆତଙ୍କୀ ଷଡ଼ଯନ୍ତ୍ର ରଚିଥିଲେ । ମାତ୍ର ସ୍ମିତ ମଚ୍ଛାର ଗମ୍ଭୀର ଆହତ ହୋଇ ମଧ୍ୟ ନିଜର ସାହସିକତା ଦେଖାଇ କକପିଟ୍ ଦ୍ୱାର ଖୋଲି ଦେଇଥିଲେ ଫଳରେ ଅନ୍ୟ ସଦସ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ । ଆଉ ବିମାନକୁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଯାଇଥିଲା । ସମସ୍ତ ୧୭୨ ଜଣ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିଲେ।