ନିର୍ବାଚନକୁ ଆଖି ଆଗରେ ରଖି ମାଓବାଦୀମାନେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ହିଂସା ଘଟାଉଛନ୍ତି । ଗାଡ଼ି ପୋଡ଼ିବା ସହ ନିରୀହ ଲୋକଙ୍କୁ ଭୋଟ ବର୍ଜନ କରିବା ପାଇଁ ଧମକ ଦେଉଛନ୍ତି । ଏହିଭଳି ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ୍ରେ ମାଓବାଦୀମାନେ ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟର୍ ମାରିଛନ୍ତି । ଏହି ପୋଷ୍ଟର ପରେ ଓଡ଼ିଶା ପୁଲିସ ଏବଂ ସୁରକ୍ଷା ବାହିନୀ ସଜାଗ ହୋଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିବା ସହ ସୁରକ୍ଷା ବଢ଼ାଇ ଦିଆଯାଇଛି ।
ଆଗକୁ ନିର୍ବାଚନ ଥିବାରୁ ମାଓବାଦୀମାନେ ଓଡ଼ିଶାରେ ହିଂସା ଘଟାଇବାର ସମ୍ଭାବନା ରହିଛି । ତେଣୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଓଡ଼ିଶା ପୁଲିସ ୮ଟି ଅତ୍ୟାଧୁନିକ ଡ୍ରୋନ୍ ଆଣୁଛି । ଏହି ଡ୍ରୋନ୍ ଖୁବ୍ଶୀଘ୍ର ଓଡ଼ିଶାରେ ପହଞ୍ଚି କାର୍ଯ୍ୟ କରିବ । ଉକ୍ତ ଡ୍ରୋନ୍ ପକ୍ଷୀ ଆକୃତିର ହୋଇଥିବା ବେଳେ ଉଡ଼ିବା ସମୟରେ ଶବ୍ଦ ଏବଂ ରଙ୍ଗ ବାରିବା ସମ୍ଭବପର ନୁହେଁ । ପକ୍ଷୀ ଭଳି ଘଞ୍ଚ ଜଙ୍ଗଲ ଉପରେ ଏହି ଡ୍ରୋନ୍ ଉଡ଼ି ବୁଲିବ । ଏହାକୁ ଜଣେ ଅଧିକାରୀ ମନିଟରିଂ କରିବେ । ଡ୍ରୋନ୍ ଫଟୋ ଏବଂ ଭିଡିଓ ସଂଗେସଂଗେ ଲଗାଯାଇଥିବା ଡିସ୍ପ୍ଲେ’ରେ ଉପଲବ୍ଧ ହେବ । ଫଳରେ ସହଜରେ ମାଓବାଦୀଙ୍କୁ ଚିହ୍ନଟ କରିବା ସହଜ ହେବ ।
କେବେଳ ସେତିକି ନୁହେଁ କର୍ଣ୍ଣର ସଟ୍-ଗନ କିଣା ହେବା ନେଇ ନିଷ୍ପତ୍ତି ହୋଇଛି । ଏହି ଅତ୍ୟାଧୁନିକ ବନ୍ଧୁକଚାଳନା ପାଇଁ ଓଡ଼ିଶାରେ ନୂଆ କରି ଖୋଲିବ ଏସ୍ଟିସି । ମାଓ ଅପରେସନ୍ ବା ଆତଙ୍କବାଦୀ ଆକ୍ରମଣ ଭଳି ପରିସ୍ଥିତି ମୁକାବିଲା ପାଇଁ ଯବାନମାନଙ୍କୁ ଦିଆଯିବ ଟ୍ରେନିଂ ।
ଅଧିକ ପଢ଼ନ୍ତୁ : ନିର୍ବାଚନ ପାଇଁ ବଦଳିଲା ଏହିସବୁ ପରୀକ୍ଷାର ତାରିଖ