ମୁଣ୍ଡ ଉପରେ ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ତାରିଖ ବଦଳାଯାଇ ଅନ୍ୟ ତାରିଖରେ ଧାର୍ଯ୍ୟ କରାଯାଇଛି । କମ୍ପିଟେଟିଭ ଓ ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ସେଗୁଡିକ ହେଲା JEE Main, UPSC prelims, NEET PG, KCET, MHT CET, TS EAPCET, TS POLYCET, ଏବଂ ICAI CA ।
ତେବେ ନିର୍ବାଚନ ପାଇଁ ପରିବର୍ତ୍ତିତ ହୋଇଥିବା ପରୀକ୍ଷାର କାର୍ଯ୍ୟସୂଚୀ ହେଉଛି…
JEE Main 2024 ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ବର୍ତ୍ତମାନ ଏପ୍ରିଲ ୪ରୁ ୧୨ରେ ହେବ । ତେବେ JEE ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବନିର୍ଦ୍ଧାରିତ ତାରିଖ ମେ’ ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ । UPSC ସିଭିଲ ସର୍ଭିସେସ ପରୀକ୍ଷା: UPSC ପ୍ରିଲିମଗୁଡିକ ବର୍ତ୍ତମାନ ମେ’ ୨୬ର ପରିବର୍ତ୍ତେ ଜୁନ ୧୬ରେ ଅନୁଷ୍ଠିତ ହେବ । NEET PG 2024: ଲୋକ ସଭା ନିର୍ବାଚନ ପାଇଁ NEET PG ପରୀକ୍ଷାକୁ ଆସନ୍ତା ଜୁନ ୨୩କୁ ଘୁଞ୍ଚାଇ ଦିଆଯାଇଛି । ଜୁଲାଇ ୧୫ ସୁଦ୍ଧା ଏହାର ଫଳାଫଳ ବାହାରିବ ବୋଲି ଆଶା କରାଯାଉଛି । ସେହିଭଳି, NEET UG ପରୀକ୍ଷା ମେ’ ୫ରେ ହେବ।
ସେହିପରି ଏପ୍ରିଲ ୧୬ ରୁ ୩୦ ମଧ୍ୟରେ ହେବାକୁ ଥିବା MHT-CET (PCM ଗ୍ରୁପ) ପରୀକ୍ଷା ବର୍ତ୍ତମାନ ମେ’ ୨ ରୁ ୧୭ ପର୍ଯ୍ୟନ୍ତ ହେବ । PCB ଗ୍ରୁପ ପରୀକ୍ଷା ଏପ୍ରିଲ ୨୨ ରୁ ୩୦ ମଧ୍ୟରେ ହେବ । TS EAPCET ପରୀକ୍ଷା ମେ’ ୯, ୧୦, ୧୧, ଏବଂ ୧୨ ରେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟାରେ ହେବ। ପୂର୍ବରୁ ମେ’ ୧୭ରେ ହେବାକୁ ଥିବା TS POLYCET ର ପରୀକ୍ଷା ବର୍ତ୍ତମାନ ମେ’ ୨୪ ତାରିଖ ସକାଳ ୧୧ଟାରୁ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ICAI CA intermediate ଗ୍ରୁପ-୧ ପରୀକ୍ଷା ବର୍ତ୍ତମାନ ମେ’ ୩, ୫, ଓ ୯ ତାରିଖରେ ହେବ । ସେହିପରି ଗ୍ରୁପ-୨ ପରୀକ୍ଷା ମେ’ ୧୧, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବ । CUET UG ପରୀକ୍ଷା ମେ’ ୨୦ ରୁ ୩୧ ମଧ୍ୟରେ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ନିର୍ବାଚନ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏହି ତାରିଖ ଗୁଡ଼ିକୁ ବଦଳାଇବାକୁ ଚିନ୍ତା କରୁଛି ।
ଅଧିକ ପଢ଼ନ୍ତୁ : ଫଳକରେ ବିକୃତ ଭାଷା