କଥାରେ ଅଛି "ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା" । ଅର୍ଥାତ୍ ମାତୃଭାଷାର ଉନ୍ନତି ହେଲେ ସାରା ଦେଶର ବିକାଶ ଘଟିବ। ସେଇଥି ପାଇଁ ତ ଓଡ଼ିଶାର ଅନେକ ବିରପୁତ୍ର ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯେଉଁ ଉଦ୍ୟମ ଓ ସଂଗ୍ରାମ ଜାରି ରଖିଥିଲେ ତାହା ଆଜି ଅବି ସ୍ମରଣୀୟ।
୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରଠୁ ଆମେ ୯୦ ବର୍ଷ ଅତିକ୍ରାନ୍ତ କଲୁଣି ଅଥଚ ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ସଂଘର୍ଷ କରୁଛୁ । ଏବେ ଓଡ଼ିଆଙ୍କୁ ଆତ୍ମସମୀକ୍ଷା କରିବାର ସମୟ ଆସିଛି । ଭାଷାଭିତ୍ତିରେ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଆମ ଓଡ଼ିଶୀ ନୃତ୍ୟଗୀତକୁ ଶାସ୍ତ୍ରୀୟମାନ୍ୟତା ମିଳିଲା । କିନ୍ତୁ ଭାଷାର ଶୁଦ୍ଧତା ସୁଧୁରୁ ନାହିଁ । ନିକଟରେ ରାୟଗଡ଼ା ଜିଲ୍ଲାର ଛୋଟ ଗାଁଟି ଭାଷାର ଗୋଲକଧନ୍ଦାରେ କିପରି ଛନ୍ଦି ହୋଇଛି ତାର ନମୁନା ଦେଖନ୍ତୁ । ହାସ୍ୟାସ୍ପଦ କଥା ହେଲା କୁହାଯାଏ ଜେମାେଇପେଣ୍ଠର ୩୪ ଟା ନା ଥିଲା । ଏବେ ତାହା ଖସିଖସି ୮ରେ ପହଞ୍ଚିଛି ।
ସେହିପରି ରାୟଗଡ଼ା ବ୍ଲକ୍ ସଦର ମହକୁମା ଠାରୁ ୧୩ କିମି ଦୂରରେ ରହିଛି ରାୟଗଡ଼ା ବ୍ଲକ୍ର ଜେମାଦେଇପେଣ୍ଠ ଗାଁ। କିନ୍ତୁ ସେଠାରେ ଦୀର୍ଘ ବର୍ଷ ହେଲାଣି ଫଳକ ଲାଗିଛି ଜେମାଦେଇପେଷ୍ଠ ଷ୍ଟେସନ୍କୁ ରାସ୍ତା । ଏପରିକି ଆଉ କିଛି ବାଟ ଗଲେ ଓଡ଼ିଶା ସରକାରଙ୍କ ଏକ ଫଳକ ଲେଖା ଆଖିରେ ପଡ଼ିବ । ଲେଖା ଅଛି ଜିମିଡ଼ିପେଟା ସେଠାରୁ କିଛି ଦୂରରେ ଗ୍ରାମ୍ୟ ନିର୍ମାଣ ବିଭାଗର ଫଳକ ଲାଗିଛି ଝିମିଡ଼ିପେଟା ।
ଅନ୍ୟପଟେ ବ୍ରହ୍ମପୁର ମହାନଗର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନାମ ଫଳକ ଗୁଡିକରେ ମଧ୍ୟ ଭାଷାଗତ ତ୍ରୁଟି ରହିଛି । କେଉଁଠି ଲାଞ୍ଜିପଲ୍ଲୀକୁ ଲାଞ୍ଜିପlଳି ବୋଲି ଭୁଲ ଉଲ୍ଲେଖ କରା ଯାଇଛି ତ ଆଉ କେଉଁଠି ହଳଦିଆପଦର କୁ ହାଳାଦିଆପଦରା ବୋଲି ବିକୃତ କରି ଲେଖା ଯାଇଛି ।
କଥାରେ ଅଛି ମାତୃ ଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ , ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଆଜ୍ଞାନ ରହିବେ କାହିଁ ? ଓଡ଼ିଶାରେ ମାତୃଭାଷା ପାଇଁ ଥିବା ମମତା ଏବେ ଭିନ୍ନ ଭିନ୍ନ ସ୍ଥାନରେ ନାମ ଫଳକରେ ଦେଖିବାକୁ ମିଳୁଛି । ଯାହାକି ଭାଷାପ୍ରେମୀ ସ୍ଵାଭିମାନୀ ଓଡିଆ ମାନଙ୍କ ପାଇଁ କୁଠାରଘlତ ସଦୃଶ । ସରକାରୀ ସ୍ତରରେ ଏହାକୁ ଅଣଦେଖା ନ କରି ତୁରନ୍ତ ତ୍ରୁଟି ସଂଶୋଧନ କରାଯାଉ l ଅନ୍ୟଥା ଆଗାମୀ ଦିନରେ ବୁଦ୍ଧିଜୀବୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।