ସମ୍ବଲପୁର: ମା'ଙ୍କ ଚିକିତ୍ସା ପାଇଁ ଆସି ଜୀବନ ହାରିଲା ପୁଅ। ହେଲେ ମୃତ୍ୟୁ ପୂର୍ବରୁ ମାଆଙ୍କ ମୋବାଇଲକୁ ଶେଷ ମେସେଜ ଦେଇଥିଲା। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ। ମୃତ ଯୁବକ ସୌରଭ ସମ୍ବିତଳ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଗତ ଦୁଇ ଦିନ ପୂର୍ବରୁ ସମ୍ବିତ ନିଖୋଜ ଥିବାବେଳେ ଆଜି ଚିପିଲିମା ପାୱାର ଚ୍ୟାନେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ମୁତାବିକ, ଭିମସାର ବଡ଼ ଡାକ୍ତରଖାନାକୁ ମାଆଙ୍କୁ ଚିକିତ୍ସା ପାଇଁ ନେଇ ଆସିଥିବା ସୌରଭ ଗତ ଦୁଇ ଦିନ ହେଲା ନିଖୋଜ ଥିଲେ। ତାଙ୍କ ମାଆ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମାଆଙ୍କ ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ ସୌରଭ। ଗତ ବୁଧବାର ରାତିରେ ସେ ଡାକ୍ତରଖାନାରୁ କୁଆଡ଼େ ପଳାଇଥିଲେ। ପରେ ମାଆଙ୍କ ପାଖକୁ ଏକ ଭାବବିହ୍ବଳ ମୋବାଇଲ ମେସେଜ୍ ପଠାଇଥିଲେ। ଯେଉଁଥିରେ ନିଜେ ଜୀବନ ହାରିବାକୁ ଯାଉଥିବା କଥା ଉଲ୍ଲେଖ କରିଥିଲେ ସୌରଭ। ଏଥିରେ ସେ ସ୍ପଷ୍ଟ ଭାବେ ଲେଖିଥିଲେ, ବାପା ଓ ବୋଉ ମୁଁ ତୁମକୁ ବହୁତ ଭଲ ପାଉଛି। ମୁଁ କେନାଲରେ ମୋ ଜୀବନ ହାରିବାକୁ ଯାଉଛି। ମୁଁ କୌଣସି ଟଙ୍କା ନେଇନାହିଁ। ମୋ ବ୍ୟାଗରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ଏଥିସହ ଏଟିଏମରେ ୧୨ ହଜାର ଟଙ୍କା ରହିଛି ତାହା ଉଠାଇଦେବ ବୋଲି କହିଛନ୍ତି ସୌରଭ।
ମେସେଜ ଅନୁସାରେ ବୁର୍ଲା ପୋଲିସ ଓ ଦମକଳ ବାହିନୀ ଖୋଜାଖୋଜି କରି ତାଙ୍କ ମୃତଦେହ କରିଛନ୍ତି। ତେବେ କାହିଁକି କେଉଁ ପରିସ୍ଥିତିରେ ପଡ଼ି ସୌରଭ ଏଭଳି ଚରମ ନିଷ୍ପତ୍ତି ନେଲେ ତାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।