ପୁରୀ : ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ ଚନ୍ଦନପୁର ଥାନା ଅଞ୍ଚଳରୁ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ଏଭଳି। କାଳୀପୂଜା ଭସାଣି ଦିନ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ମା’ କାଳୀଙ୍କ ଭସାଣ ଉତ୍ସବ ଚାଲିଥିଲା। ଏଥିପାଇଁ ସମଗ୍ର ବୀରନରସିଂହପୁର ଅଞ୍ଚଳ ଉତ୍ସବମୁଖର ଥିଲା। ନାବାଳିକାଙ୍କ ପରିବାରଲୋକେ ଭସାଣି ଦେଖିବାକୁ ଯାଇଥିବା ବେଳେ ଘରେ ୧୬ ବର୍ଷୀୟା ଝିଅ ଏକା ଥିଲେ। ଏହାର ସୁଯୋଗ ନେଇ ପାଖ ପଡ଼ୋଶୀ ଘରର ଭାଇ ଏବଂ ଦାଦା ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଶୁକ୍ରବାର ଚନ୍ଦନପୁର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କ ସମ୍ପର୍କୀୟ ଭାଇ ଏବଂ ଦାଦାଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି।
ଏ ସମ୍ପର୍କରେ ଚନ୍ଦନପୁର ଆଇଆଇସି କହିଛନ୍ତି ଯେ ଗତ ୨୨ ତାରିଖ କାଳୀପୂଜା ଭସାଣି ରାତିରେ ପୀଡ଼ିତା ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ତାଙ୍କ ପଡ଼ୋଶୀ ଘରର ଭାଇ ଏବଂ ଦାଦା ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହାକୁ ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।