ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବା ରାଜ୍ୟ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଅପରାହ୍ନ ୫ଟାରେ ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକରେ ୭ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି।
ରାଜ୍ୟରେ ମୋହନ ଚରଣ ମାଝୀଙ୍କ ସରକାରକୁ ଆଜି ୫୦୦ ଦିନ ପୂରିବାକୁ ଯାଉଛି। ୨୦୨୪ ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସମ୍ଭାବନା ରହିଛି। ଆଜିର ବୈଠକରେ କିଛି ମନ୍ତ୍ରୀ ଯୋଗଦେବେ। ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଆଭାସି ଜରିଆରେ ଯୋଡ଼ିହେବେ। ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଅନୁମୋଦନ କରାଯିବ। ସରକାରକୁ ୫୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟ ବୈଠକ ଡକା ଯାଇଥିବାରୁ କିଛି ବଡ଼ ନିଷ୍ପତ୍ତି ନିଆଯିବା ନେଇ ସମ୍ଭାବନା ରହିଛି।