ଭୁବନେଶ୍ୱର : ସୋସିଆଲ ମିଡିଆରେ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର। ମହାଭାରତ ଉଦାହରଣ ଦେଇ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ସୋସିଆଲ୍ ମିଡିଆରେ ପରୋକ୍ଷରେ ଶ୍ରୀମୟୀଙ୍କ ଟାର୍ଗେଟ୍ କରି ଲେଖିଛନ୍ତି ଯେ ଅଧର୍ମକୁ କେବଳ ମୁକ ହୋଇ ଚାହିଁ ରହିଲେ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ। ଭୀଷ୍ମ କି କର୍ଣ୍ଣ ହୁଅନ୍ତୁ କି ଦ୍ରୋଣ ସମସ୍ତଙ୍କ ଅନ୍ତ ଅତ୍ୟନ୍ତ ଦୁଃଖଦ ହୋଇଥାଏ। ତେବେ ସେ ଏହି ସବୁ ବାକ୍ଯ କାହାକୁ କହୁଛନ୍ତି ଜଣା ପଡିନଥିବା ବେଳେ ବିଜେଡିର ବଡ ବଡୁଆ ନେତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଥାଉକି ଶ୍ରୀମୟୀ ମିଶ୍ର କିଛି ଦିନ ତଳେ ସୋସିଆଲ ମିଡିଆ ପୋଷ୍ଟରେ ପରୋକ୍ଷରେ ସନ୍ନ୍ୟାସୀ କହି ପାଣ୍ଡିଆନକୁ କଟାକ୍ଷ କରିଥିଲେ । ଏହା ପରେ ପରେ ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଥିଲେ ଯେ, କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର, ଭାରି ଭୟଂକର ! କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ । ଏକଥା ପରେ ମଧ୍ଯ ରାଜ୍ଯ ରାଜନୀତିରେ ବେଶ୍ ଚର୍ଚ୍ଚା ବଢିଥିଲା।