ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବରରେ ଛୁଟି ବାତିଲ୍। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲାପାଳ। ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ। ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମରେ ମଧ୍ଯ ସମ୍ଭାବ୍ୟ ବାତ୍ୟା ପାଇଁ ୨୫ରୁ ୩୦ ଯାଏଁ ଛୁଟି ବାତିଲ କରାଯାଇଛି। ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା 'ମନ୍ଥା' । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଅକ୍ଟୋବର ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ର କାକିନଡ଼ା ପାଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ମୋନ୍ଥା' ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟ ଭିତରେ ୨୯ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସେପଟେ ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସ୍ୱାସ୍ଥ୍ୟ, ଜଳସମ୍ପଦ, ଶକ୍ତି ଏବଂ କୃଷି ବିଭାଗ ସେମାନଙ୍କର ପୂର୍ଣ୍ଣ ଶକ୍ତି ନିୟୋଜିତ କରିଛନ୍ତି।
ଅଧିକ ପଢନ୍ତୁ :- ମୋନ୍ଥା’ କୁ ନେଇ ବଡ଼ ଅପଡେଟ୍; ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ, ବାତ୍ୟା ସମୟରେ କେତେ ରହିବ ପବନର ବେଗ