ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ନିଜର ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ସେ ରାଷ୍ଟ୍ରପତିଙ୍କୁ ଭେଟି ଏକ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାଜ୍ୟପାଳ ଡକ୍ଟର କମ୍ଭମପାଟିଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ଜନ କଲ୍ୟାଣ ଏବଂ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ଜନସାଧାରଣଙ୍କ ଜୀବନଧାରାକୁ କିପରି ଅଧିକ ଉନ୍ନତ କରାଯାଇପାରିବ, ସେନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ମତାମତ ଆଦାନପ୍ରଦାନ ହୋଇଥିଲା।
ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ ରାଜ୍ୟପାଳ
ସୂଚନାଯୋଗ୍ୟ ଯେ, ରାଜ୍ୟପାଳ ଡକ୍ଟର କମ୍ଭମପାଟି ବର୍ତ୍ତମାନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ସେ ଦେଶର ବରିଷ୍ଠ ପଦାଧିକାରୀ ଓ ଗଣମାନ୍ୟ ବ୍ୟକ୍ତିବିଶେଷଙ୍କୁ ଭେଟୁଛନ୍ତି। ଗତ ଗୁରୁବାର ଦିନ ସେ ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଥିଲେ। ସେହି ବୈଠକରେ ଓଡ଼ିଶାର ଶାସନ ବ୍ୟବସ୍ଥା, ବିକାଶମୂଳକ କାର୍ଯ୍ୟ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।
Also Read: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍