ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ କିଛି ସମୟ ପାଇଁ ବାହାରକୁ ଆସିଯିବା ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଖୁଆଡ଼ରୁ ବାହାରକୁ ଆସିବା ପରେ ଗିବନ୍ଟି ନନ୍ଦନକାନନ ପରିସରରେ ଥିବା ଏକ ବଡ଼ ଗଛ ଉପରେ ଯାଇ ବସି ରହିଥିଲା। ଗିବନ୍ଟି ବାହାରକୁ ଆସିଥିବା ଦେଖି କିଛି ପର୍ଯ୍ୟଟକ ନନ୍ଦନକାନନ କର୍ମଚାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ଖବର ପାଇବା ପରେ ନନ୍ଦନକାନନ କର୍ମଚାରୀ ଓ ଟ୍ରାଙ୍କୁଲାଇଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗିବନ୍ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।ତେବେ ଟ୍ରାଙ୍କୁଲାଇଜ୍ ଟିମ୍କୁ ଦେଖି ଗିବନ୍ଟି ପୁଣି ଖୁଆଡ଼ ଭିତରକୁ ପଶିଯାଇଥିଲା। ଫଳରେ ଗିବନ୍ଟିକୁ ନିରାପଦରେ ଖୁଆଡ଼ ଭିତରକୁ ଫେରାଇ ନିଆଯାଇଥିଲା।
ଏହି ଘଟଣାରେ କୌଣସି ଅଘଟଣ ଘଟିନଥିବା ଜଣାପଡ଼ିଛି। ତେବେ ଖୁଆଡ଼ ମଧ୍ୟରେ ଏତେ ବଡ଼ ବଡ଼ ଗଛ କଣ ପାଇଁ ରଖାଯାଇଛି । ଯଦି ଅଛି ତେବେ ତାକୁ ସମୟ ସମୟ ମଧ୍ୟରେ କଣ ପାଇଁ ଡାଳ କଟା ଯାଉନାହିଁ । ଯେଉଁଥି ପାଇଁ ଆଜି ଏପରି ଘଟଣା ଘଟିଛି ବୋଲି ମତପ୍ରକାଶ ପାଇଛି।