ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ପୁଣି ତନାଘନା କରିପାରେ । ଆଜି ନବ ଦାସଙ୍କ ପୁଅ ବିଶାଳ ଦାସ ଏବଂ ପୂର୍ବତନ ବିଧାୟିକା ଦୀପାଳି ଦାସ କ୍ରାଇମ୍ବ୍ରାଞ୍ଚରେ ହାଜର ହୋଇପାରନ୍ତି । ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି ହୋଇଥିଲା ।
ନବ ଦାସ ହତ୍ୟା ମାମଲାରେ ବିଶାଳ ଏବଂ ଦୀପାଳିଙ୍କୁ କ୍ରାଇମବ୍ରାଞ୍ଚରେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିଲା । ଉଭୟ ହାଜର ହୋଇ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ କୁହାଯାଇଥିଲା । ଏହି ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନଥିବା କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି । ଫାଇନାଲ ଚାର୍ଜସିଟ୍ ଏବେ ସୁଦ୍ଧା ଦାଖଲ କରାଯାଇନାହିଁ । ତେବେ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି ।