ରାଜ୍ୟରେ ବଢୁଥିବା ତାତିକୁ ନେଇ ରାଜ୍ୟ ସରକାର ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି । ତେବେ ଆଜିଠାରୁ ସକାଳୁଆ ସ୍କୁଲ ଖୋଲା ଆରମ୍ଭ ହୋଇଛି । ରାଜ୍ୟର ପ୍ରତ୍ୟେକ ଘରୋଇ ଏବଂ ସରକାରୀ ସ୍କୁଲରେ ଏହି ନିୟମ ଲାଗୁ ହୋଇଛି । ସ୍କୁଲ ଛାତ୍ର ଛାତ୍ରଙ୍କ ପାଇଁ ପଢା ସମୟରେ ପରିବର୍ତ୍ତନ କରାଯିବ ସହ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସକାଳୁଆ ସ୍କୁଲ ଚାଲିବ । ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲ ଆଜି ଠାରୁ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ପିଲାମାନେ ସକାଳୁ ସ୍କୁଲ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଖରାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ଟି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାଣି ସହ ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରଭାବରୁ ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ସହ ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ :ଖରାରେ ଜଳୁଛି ସାରା ଓଡିଶା, ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା