ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ଷା ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବା ଫଳରେ ଆଜି ୪ଟି ଗେଟ୍ ଖୋଲି ଦିଆଯାଥିଲା । ଆଜି ଅପରାହଣରେ ପୁଣି ଆଉ ୪ଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ବାମ ପଟରୁ ୩ଟି ଓ ଦକ୍ଷିଣ ପଟରୁ ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ସେହିପରି ଉପର ମୁଣ୍ଡ ଛତିଶଗଡର କଲମାର ବେରେଜର ସମସ୍ତ ଗେଟ ଖୋଲା ରହିଅଛି । ହୀରାକୁଦ ଗେଟ ଖୋଲାଥିବା ସମୟ ମଧ୍ୟରେ ମହାନଦୀ ଭିତରକୁ କାହାକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିପାଇଁ ମହାନଦୀ ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ।