କେନ୍ଦୁଝର: ସମାକୋଇ ନଦୀରେ ବନ୍ୟାଜଳ । କେନ୍ଦୁଝର ଜିଲ୍ଲା ତେଲକୋଇ ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେଉଛି। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ପ୍ରମୁଖ ନଦୀ ସମାକୋଇ ସହିତ ଅନ୍ୟାନ୍ୟ ନାଳରେ ପ୍ରଖର ବନ୍ୟା ଜଳ ପ୍ରବାହିତ ହେଉଛି । ତେଲକୋଇ ଡ଼ାକବଙ୍ଗଳା ନିକଟସ୍ଥ ସମାକୋଇ ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ଯୋଗୁଁ ତେଲକୋଇ, ଭୁବନେଶ୍ବର, କଟକ, ଢେଙ୍କାନାଳ, ତାଳଚେର, କେନ୍ଦୁଝର ପ୍ରଭୃତି ସ୍ଥାନକୁ ଗମନାଗମନ ଠପ୍ ହୋଇପଡିଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଶତାଧିକ ଯାତ୍ରୀବାହୀ ଗାଡ଼ି ଅଟକି ରହିଛି । ତଳମୁଣ୍ଡ କରଦାଙ୍ଗି ନିକଟରେ ସମାକୋଇ ଫୁଲୁଛି ।
ସେହିପରି ପିଟାନାଳୀ ନାଳ ପୋଲ ଉପରେ ମଧ୍ୟ ବର୍ଷାଜଳ ପ୍ରବାହିତ ଯୋଗୁଁ ଓଡିଶା ଆଦର୍ଶ ବିଦ୍ୟାଳୟ ତଥା ସାପଲାଞ୍ଜି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।