ଭୁବନେଶ୍ୱର: କଟକ ସିଡିଏମ୍ଓ କାର୍ୟ୍ୟାଳୟର ସିଟି ହସ୍ପିଟାଲର ସହକାରୀ ଅଧିକାରୀ କିଶୋର କୁମାର ସାହାଣୀକୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗେର ତାଙ୍କୁ ଗିରଫ କରାଯାଇଛି ।
ଶୁକ୍ରବାର ଭିଜିଲାନ୍ସ ଟିମ୍ କିଶୋର ସାହାଣୀଙ୍କ ୫ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ତାଙ୍କର ୨ଟି କୋଠା, ୧୯ଟି ଦାମୀ ପ୍ଲଟ୍, ୩.୩୦ କୋଟି ନଗଦ ଟଙ୍କା, ୧୩୫ ଗ୍ରାମ ସୁନା ଗହଣା, ଏବଂ ୫୫ ଲକ୍ଷ ୪୮ ହଜାର ଟଙ୍କା ବ୍ୟାଙ୍କ ଜମା ରାଶି ଠାବ ହୋଇଛି । ଏହାର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଶେଷରେ ଗିରଫ କରାଯାଇଛି । କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କର ହାଜର କରାଯିବ ।
ଭିଜିଲାନ୍ସ ଟିମର ୯ ଡିଏସପି, ୧୦ ଇନସ୍ପେକ୍ଟର୍, ୭ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ । ସାହାଣୀଙ୍କ ବିରୋଧରେ ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗ ରହିଛି ।
ଶ୍ରୀଯୁକ୍ତ ସାହାଣୀ ୧୯୯୭ ଜାନୁୟାରୀ ୭ ତାରିଖରୁ ଜୁନିୟର୍ ଆସିଷ୍ଟାଣ୍ଟ ଭାବରେ ମାହାଙ୍ଗାରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ବାଙ୍କିରେ ପୋଷ୍ଟିଂ ପାଇଥିଲେ । ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ କଟକ ସିଟି ହସ୍ପିଟାଲର ସିନିୟର ଆସିଷ୍ଟାଣ୍ଟ ଭାବେ କାମ କରିଥିଲେ । ଏହା ପରେ ସେ କଟକ ସିଡିଏମଓରେ କାମ କରିଥିଲେ । ପ୍ରାୟ ୨ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସିଟି ହସ୍ପିଟାଲରେ କାମ କରିଛନ୍ତି ।