ନବରଙ୍ଗପୁର: ନବରଙ୍ଗପୁର ଜିଲା ମୈଦଲପୁର ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ୨ ବର୍ଷ ତଳେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ୨୧ ବର୍ଷର ଯୁବକ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଯୁବକ ଓ ନାବାଳିକା ଉଭୟେ ଫେରାର ହୋଇଯାଇଥିଲେ । ଅଙ୍ଗନବାଡି ଆଶାକର୍ମୀଙ୍କ ହସ୍ତକ୍ଷେପ ପରେ ଉଭୟ ପରିବାର ସହମତେ ନାବାଳିକାଙ୍କୁ ବୟସ ହେଲେ ବିବାହ ହେବ ବୋଲି ନିଷ୍ପତି ହୋଇଥିଲା। ନାବାଳିକାକୁ ଯେତେବେଳେ ବୟସ ହେଲା ସେତେବେଳେ ବିବାହ କରିବାକୁ କହିବାରୁ ଯୁବକ ଜଣକ ମନା କରିଦେଇଥିଲେ। ପରେ ଯୁବତୀ ଜଣକ ନ୍ୟାୟ ପାଇବା ପାଇଁ ମୈଦଲପୁର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏକ ମାମଲା ରୁଜୁ କରାଯାଇ ଯୁବକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ବିପିନ କୁମାର କୁଲଦୀପ କହିଛନ୍ତି ।
ଅଧିକ ପଢନ୍ତୁ: ନଗଦ ୩ କୋଟି ଜାଳି ଦେଲେ ସରକାରୀ ଅଧିକାରୀ, ୧୦୦ କୋଟି ସମ୍ପତ୍ତିର ମାଲିକ