ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାର। ଏବେ ମୋଟ୍ ୪ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି। ବାମପାଶ୍ୱରେ ୩ଟି ଗେଟ୍ ଏବଂ ଡାହାଣ ପାଶ୍ୱର୍ରେ ଗୋଟିଏ ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ୩ ଫୁଟ ବଢିଛି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଏବେ ହୀରାକୁଦ ଜଳଭଣ୍ଡାରର ୪ଟିଗେଟ୍ ଖୋଲିଦିଆଯାଇଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିପାଇଁ ମହାନଦୀ ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ।
ଅଧିକ ପଢନ୍ତୁ: ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା: ଦେଉଳରେ ସ୍ୱତନ୍ତ୍ର ନୀତିକାନ୍ତି