ନବରଙ୍ଗପୁର: ପୁଣି ଖେଳିଲା ମହାବଳ ବାଘ ଆତଙ୍କ । ଝାରସୁଗୁଡା ପରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ବନାଞ୍ଚଳରେ ମହାବଳ ବାଘ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଫୋଟ ଭିଡିଓ ସାମ୍ନାକୁ ଆସିବା ପରେ କୋଡିଙ୍ଗା ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କଡା ନଜର ରଖାଯାଇଛି । ରେଞ୍ଜରଙ୍କ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତନାଘନା ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।
ଦେଓ ଡଙ୍ଗରି ଏକରି ଜଙ୍ଗଲରେ ବାଘ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନବିଭାଗ ଘଟଣା ସ୍ଥଳରେ ରହି କଡା ନଜର ରଖିଥିବା ରେଞ୍ଜର କହିଛନ୍ତି । ବାଘ ଦେଖି ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ମହାବଳ ବାଘ କେଉଁଠୁ ଆସିଲା ତାହା ମଧ୍ୟ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।