ଭୁବନେଶ୍ୱର: ଜାତୀୟ ମହାକାଶ ଦିବସରେ ଏକ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମର ପୁନରୁଦ୍ଧାର ହେବ । ଏଥିପାଇଁ ବଜେଟ୍ ଆକଳନ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।
ସ୍ପେସ ସାଇନ୍ସ ବିକାଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ଓ ବିକାଶ ପାଇଁ ଆଉ କ’ଣ ନିଷ୍ପତ୍ତି ନିଆଯିବ ସେ ନେଇ ଆଲୋଚନା ହେଉଛି । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପଠାଣୀ ସାମନ୍ତ ପ୍ଲାନେଟରିୟମ ପୁନରୁଦ୍ଧାର ପାଇଁ ମଧ୍ୟ ବଜେଟ ଆକଳନ କରାଯାଉଛି। ଏହା ସହ ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ ପାଇଁ ଅନେକ ଜାଗାରେ କାମ ଚାଲିଛି । କିଛି ଜିଲ୍ଲାରେ ପ୍ଲାନେଟରିୟମ ନିର୍ମାଣ କାମ ଶେଷ ହୋଇସାରିଥିବା ବେଳେ ପ୍ରାୟ ୧୦-୧୨ଟି ଜିଲ୍ଲାରେ ଉଦଘାଟନ ଅପେକ୍ଷାରେ ରହିଛି । ଖୁବଶୀଘ୍ର ସେଗୁଡ଼ିକର ଉଦଘାଟନ କରାଯାଇ କାର୍ଯ୍ୟକ୍ଷମ କରାଯିବ।
ସେହିପରି ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ପ୍ରକଳ୍ପ ଆରମ୍ଭ ହେବ । ଓଡ଼ିଶାରେ ଅଧିକରୁ ଅଧିକ ବୈଜ୍ଞାନିକ କିପରି ବାହାରି କାମ କରିବେ ସେଥିପାଇଁ ସରକାର ଧ୍ୟାନ ଦେଉଛନ୍ତି । ପ୍ରତି ବର୍ଷ ୩୦ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି । ସେମାନେ ସେଠାରେ ସ୍ପେସ ସେଣ୍ଟର ବୁଲୁଛନ୍ତି ଓ ଜ୍ଞାନ ଆହରଣ କରୁଛନ୍ତି। ଆଗକୁ ଭଲ ଭଲ ବୈଜ୍ଞାନିକ ବାହାରିବେ ବୋଲି ମନ୍ତ୍ରୀ ଶ୍ରୀପାତ୍ର କହିଛନ୍ତି ।