ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପଡ଼ିଆରେ ଅନୁଷ୍ଠିତ ହୋଇଛି ୬୧ ତମ ଅଗ୍ନୀଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ଏବଂ ଅଗ୍ନୀଶମ ନିର୍ଦ୍ଦେଷକ ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୯ କଣ୍ଟିନଜେଣ୍ଟର ୯୧୧ ଅଗ୍ନି ଯୋଦ୍ଧା ଦୀକ୍ଷାନ୍ତ ପ୍ୟାରେଡରେ ଭାଗ ନେଇଛନ୍ତି । ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶିକ୍ଷିତ ହୋଇଛନ୍ତି ଅଗ୍ନୀଯୋଦ୍ଧା ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜି ଗୃହ ବିଭାଗର ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିବୀର ପଦବୀ ପୂରଣ ହୋଇଛନ୍ତି । ଦୀର୍ଘ ୯ ମାସ ଧରି ସେମାନେ ତାଙ୍କର କଡ଼ା ଟ୍ରେନିଂ ସମାପ୍ତ କରିଛନ୍ତି । ଆଜି ଶପଥ ନେବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ଅଗ୍ନି ଯୋଦ୍ଧା । ଆସନ୍ତା ଡିସେମ୍ବର ସୁଦ୍ଧା ଆହୁରି ୩୦୦ ପଦବୀ ପୂରଣ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ନିଜର ପାରଦର୍ଶିତା ଓ ପ୍ରତିଷ୍ଠା ଦେଶ ବିଦେଶରେ ଲାଭ କରିଛି । କୋଣାର୍କ ରାମଚଣ୍ଡିଠାରେ ଜଳ ଦକ୍ଷତା ବିକାଶ ପାଇଁ ଏକ ପ୍ରତିଷ୍ଠାନ ସହ ଏକ ସ୍କୁବା ଡ୍ରାଇଭିଂ ପ୍ରତିଷ୍ଠାନ ଖୁବ୍ ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଛି । ସେହିଭଳି ଆସନ୍ତା ସେପ୍ଟେମ୍ବରରୁ NDRF ସହ ଅଗ୍ନିଯୋଦ୍ଧାଙ୍କ ମିଳିତ ପ୍ରଶିକ୍ଷଣ କରାଯିବ । ଯାହାକି ବିଭାଗ ସହ ଅଗ୍ନି ଯୋଦ୍ଧା ଙ୍କ ଦକ୍ଷତା ବିକାଶ କରାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ : ପୁନରୁଦ୍ଧାର ହେବ ପଠାଣି ସାମନ୍ତ ପ୍ଲାନେଟରିୟମ୍