ଭୁବନେଶ୍ୱର: ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଥିବାବେଳେ ୬୪ ହଜାର ପୋଷା କୁକୁର ଅଛନ୍ତି । ରାଜ୍ୟରେ ଥିବା ସମସ୍ତ ବୁଲା କୁକୁରଙ୍କ ଗଣନା କରିବେ ରାଜ୍ୟ ସରକାର । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବନ୍ଧ୍ୟାକରଣ, ଗଣନା ଓ ଟୀକାକରଣ କରାଯିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ । ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜଳାନ୍ତକ ରୋଗରେ ପୀଡିତଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଏବଂ ୬୪ ହଜାର ପୋଷା କୁକୁର ଅଛନ୍ତି । ସେହିପରି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ । ସେହିପରି ଯେଉଁମାନେ କିଛି ଆକ୍ରମଣ ଶୀକାର ହେବେ କିମ୍ବା ଦୁର୍ଘଟଣାରେ ପୀଡ଼ିତ ହେଲେ ଟୋଲ୍ ଫ୍ରି ନମ୍ବର ୧୯୬୨ରେ କଲ୍ କଲେ କୁକୁରଙ୍କୁ ଆଣି ଚିକିତ୍ସା କରାଯାଇ ଛଡ଼ାଯାଉଛି । ଏହା ସହ ରାସ୍ତା କଡ଼ରେ ଚିକେନ ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ କିମ୍ବା ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ ମଟନ ନ କାଟି ନିର୍ଦ୍ଧିଷ୍ଟ ସ୍ଥାନରେ ଦୋକାନୀ କରିବେ । ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯାଇଛି । ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
ପ୍ରକାଶ ଯୋଗ୍ୟ, ଗତକାଲି ବୁଲା କୁକୁର ମାମଲାରେ ସୁପ୍ରିମକୋର୍ଟ ସଂଶୋଧିତ ରାୟ ପ୍ରକାଶ କରିଥିଲେ । ସମସ୍ତ କୁକୁରଙ୍କୁ ଆଶ୍ରୟସ୍ଥଳୀରେ ନ ରଖି କେବଳ ଆକ୍ରମଣକାରୀ ଏବଂ ରୋଗିଣା କୁକୁରଙ୍କୁ ରଖିବାକୁ କହିଥିଲେ । ଏହା ସହିତ ବନ୍ଧ୍ୟା କରଣ କରିବାକୁ କହିଛନ୍ତି । ସେହିପରି ସାର୍ବଜନୀନ ସ୍ଥାନରେ କୁକୁରଙ୍କୁ ଖାଦ୍ୟ ନ ଦେବାକୁ ରାୟ ଶୁଣାଇଛନ୍ତି ।