ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଶନିବାର ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଏହା ସହିତ ଶୀଘ୍ର ସୁସ୍ଥ ହୋଇ ବିଧାନସଭା ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ନବୀନଙ୍କୁ କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ଏହି ସାକ୍ଷାତକୁ ବିଭିନ୍ନ ରାଜନୈତିକ ବିଶେଷଜ୍ଞମାନେ ବେଶ ପ୍ରଶଂସା କରିଛନ୍ତି । ବିରୋଧୀ ଦଳରେ ରହି ମଧ୍ୟ କେହି କାହାର ନୈତିକତା ଭୁଲିବା କଥା ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।
ଗତ କିଛି ଦିନ ତଳେ ବିରୋଧୀ ଦଳ ନେତା ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା । ମାତ୍ର ହସ୍ପିଟାଲରେ ନବୀନଙ୍କୁ ଭେଟିବାକୁ କାହାକୁ ଅନୁମତି ଦିଆଯାଇ ନ ଥିଲା । ଏମିତିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାକୁ ଦିଆଯାଇନଥିଲା । ନବୀନ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସକୁ ଆସିବାକୁ ସମସ୍ତଙ୍କୁ ଏକ ଭିଡ଼ିଓ ଜରିଆରେ କହିଥିଲେ । ଗୁରୁବାର ବିଳମ୍ବିତ ରାତିରେ ମଧ୍ୟରେ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ଦିଲ୍ଲୀରୁ ଆସି ତାଙ୍କୁ ଭେଟିଥିଲେ । ଏବେବି ପ୍ରେମ ପଟ୍ଟନାୟକ ନବୀନ ନିବାସରେ ଉପସ୍ଥିତ ଥିବା ଜଣାପଡ଼ିଛି ।