ଭୁବନେଶ୍ୱର: ରାଜଧାନୀର କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ମା ତାରିଣୀ ବସ୍ତ୍ରାଳୟର କର୍ମଚାରୀ ହୋଇଥିବା ବେଳେ ଘର ପୁରୀ ଜିଲ୍ଲାରେ । ଏନେଇ ଲକ୍ଷ୍ମୀସାଗର ଥାନା ପକ୍ଷରୁ ସୂଚନା ମିଳିଛି । ଗୋଦାମରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାୁଛି। କିନ୍ତୁ ସେନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।
ବୁଧବାର ବିଳମ୍ବିତ ରାତିରେ ଲୁଗା ଗୋଦାମରେ ଘଟିଥିଲା ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଗୋଦାମର ଦୁଇଟି ଫ୍ଲୋରକୁ ବ୍ୟାପିଥିଲା ନିଆଁ। ଫାଷ୍ଟ ଫ୍ଲୋରରେ ନିଆଁ ଲାଗି ପରେ ଧିରେ ଧିରେ ଗୋଦାମ ଜଳିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ ଚେଷ୍ଟା କରିଥିଲା । ପରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।
ନିଆଁ ଲିଭାଇବା ପାଇଁ ତିନୋଟି କଳ୍ପନା ଷ୍ଟେସନର ଦମକଳ ଗାଡ଼ି ସହ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ଥିଲେ। ୩ ଘଣ୍ଟାରେ ସମ୍ପୂର୍ଣ ନିଆଁକୁ ଆୟତ୍ତ କରାଯାଇଥିଲା। ଧୂଆଁ ଭିତରେ ଫସି ରହି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳୁ ତାଙ୍କର ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛି ଲକ୍ଷ୍ମୀସାଗର ପୋଲିସ ।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ?
ଦୁଇ ମହଲା ବିଶିଷ୍ଟ ଏହି ଗୋଦାମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନଥିଲା ସେନେଇ ସୂଚନା ମିଳିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ କେତେ ଥର ସେଠାରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ବା ନୋଟିସ ହୋଇଛି ସେନେଇ ମଧ୍ୟ ତଦନ୍ତ ହେବ। ଜନଗହଳି ଲାଗୁଥିବା ଏଭଳି ବଡ଼ ଦୋକାନ ମା\' ତାରିଣୀ ବସ୍ତ୍ରାଳୟ ପକ୍ଷରୁ ଅଗ୍ନି ନିରାପତ୍ତା ନିଆଇଯାଇଥିଲା କି ନାହିଁ ? ଘଟଣାର ସମ୍ପୂର୍ଣ ତଦନ୍ତ କରିବ ଅଗ୍ନିଶମ ବିଭାଗ।