ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ବ୍ୟବସାୟ ବଢିବା ସହିତ ଚୋରାଚାଲାଣ କରୁଥିବା ବ୍ୟବସାୟୀଙ୍କ କାର୍ଯ୍ୟ ବଢ଼ିବାରେ ଲାଗିଛି । ଏଥିରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି । ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ଗଞ୍ଜେଇ ବ୍ୟବସାୟୀମାନେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ବ୍ୟବସାୟ କରୁଛନ୍ତି । ଜନଜାତିର ଲୋକମାନଙ୍କୁ ଗଞ୍ଜେଇ ବ୍ୟବସାୟୀମାନେ ମିଛ କହି ଏପରି କାର୍ଯ୍ୟ କରିଥାନ୍ତି । ଉକ୍ତ ଲୋକମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବ ।
ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବାବେଳେ ଭବିଷ୍ୟତରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି । ସେମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯେଉଁ ଜନଜାତିର ଲୋକେ ଗଞ୍ଜେଇ ଚାଷ କରି ନିଜର ପେଟ ପୋଷୁଥିଲେ ସେମାନଙ୍କ ପାଇଁ ବିକଳ୍ପ ଜୀବିକା କ’ଣ ହୋଇପାରିବ ତା’ ଉପରେ ଆଲୋଚନା କରି ସରକାର ସୁଯୋଗ ଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।